ଲଦାଖରେ ଭାରତ-ଚାଇନା ମୁହାଁ ମୁହିଁ: ସ୍ପୁଙ୍ଗୁର ଗ୍ୟାପ୍‌ରେ ଶୁଟିଂ ରେଞ୍ଜ୍‌ରେ ଉଭୟ ପକ୍ଷ

Spread the love

ଲେହ, (ଏନ୍‌ ନ୍ଯୁଜ୍‌) ପୂର୍ବ ଲଦାଖରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ପେଙ୍ଗୋଙ୍ଗ୍‌ ହ୍ରଦର ଦକ୍ଷିଣରେ ଥିବା ସ୍ପୁଙ୍ଗୁର ଗ୍ୟାପ୍‌ରେ ଉଭୟ ପକ୍ଷ ପରସ୍ପରର ରାଇଫଲ ଶୁଟିଂ ରେଞ୍ଜ୍‌ ମଧ୍ୟରେ ରହିଛନ୍ତି। ଫଳରେ ସୀମାରେ ପୁଣି ଯୁଦ୍ଧ ସ୍ଥିତି ଘନେଇବାରେ ଲାଗିଛି। ଚାଇନା ସୀମାରେ ସୈନ୍ୟଙ୍କ ସହିତ ଟ୍ୟାଙ୍କ୍‌ ବି ମୁତୟନ କରିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ଆଲର୍ଟରେ ରହିଛନ୍ତି। ୨୯-୩୦ ଅଗଷ୍ଟରେ ଚାଇନା ପେଙ୍ଗୋଙ୍ଗ୍‌ ତ୍ସୋ ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମ କରିଥିଲେ। ଭାରତୀୟ ସେନା ସେମାନଙ୍କ ଏଲ୍‌ଏସି ପଛକୁ ହଟାଇ ନେବା ସହିତ ପେଙ୍ଗୋଙ୍ଗ୍‌ ତ୍ସୋର ଦକ୍ଷିଣରେ ଥିବା ରିଜ୍‌ ଲାଇନ୍‌ର ଟେକ୍ଟିକାଲ ହାଇଟସ୍‌ ଉପରେ କବ୍‌ଜା କରିଥିଲେ। ଏହାପରେ ଚାଇନା ଗୁରଙ୍ଗ୍‌ ହିଲ୍‌ ଏବଂ ମଗର ହିଲ୍‌ ମଧ୍ୟରେ ଥିବା ସ୍ପୁଙ୍ଗୁର ଗ୍ୟାପ୍‌ରେ ଅଧିକ ସୈନ୍ୟ ବାହିନୀ ମୁତୟନ କରିବା ଆରମ୍ଭ କରିଛି।

ଚାଇନା ଏଠାରେ ମିଲିଶିିଆ ସ୍କ୍ବାଡ୍‌ଙ୍କୁ ମୁତୟନ କରିଥିବା ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି। ଏହି ସ୍କ୍ବାଡ୍‌ରେ ପର୍ବତାରୋହୀ, ବକ୍ସିଂ ଯୋଦ୍ଧା, ସ୍ଥାନୀୟ ଫାଇଟ୍‌ କ୍ଲବ୍‌ ସଦସ୍ୟ ଏବଂ ଅନ୍ୟ ମାର୍ଶାଲ ଆର୍ଟ ଜାଣିଥିବା ଲୋକ ରହିଛନ୍ତି। ଭାରତୀୟ ସେନା କବ୍‌ଜାରେ ଥିବା ଗ୍ରେ ଜୋନ୍‌ ଉପରେ ଚାଇନା ନିଜର ଅଧିକାର ସାବ୍ୟସ୍ତ କରିବାକୁ ଚାହୁଁଥିବାରୁ ଉତ୍ତେଜନା ବଢ଼ିବାରେ ଲାଗିଛି।

Leave a Reply

Your email address will not be published. Required fields are marked *