ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ପାଦ ଦେଶରେ ମହାଦେବଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଓ ଆଲୋକୀକରଣ ଉନ୍ମୋଚନ

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଆଜି ଢେଙ୍କାନାଳ ଜିଲ୍ଲା ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ଙ୍କ ପାଦଦେଶରେ ମହାଦେବ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଓ ବାରବାଙ୍କ ରାସ୍ତାରେ ସମ୍ପୂର୍ଣ ଆଲୋକୀକରଣ ର ଉନ୍ମୋଚନ ହୋଇଛି,ଏଥିରେ ଖଣି ଇସ୍ପାତ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲିକ, ଢେଙ୍କାନାଳ ସଦର ବିଧାୟକ ସୁଧୀର ସାମଲ, ଜିଲ୍ଲାପରିଷଦ ଅଧକ୍ଷା ଅର୍ଚନା ପୁହାଣ, ଜିଲ୍ଲାପାଳ ସରୋଜ କୁମାର ସେଠି, ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ର , ଉପଜିଲ୍ଲାପାଳ ସ୍ନିଧାରାଣୀ ଧଳ, ଗଁଦିଆ ବିଡ଼ିଓ, ଆଶିଷ ରଞ୍ଜନ ସାହୁ, ଗଁ ଦିଆ ଅତିରିକ୍ତ ତହସିଲଦାର ଗିତୁ ବେହେରା,ଗଁ ଦିଆ ଥାନା ଅଧିକାରୀ ସତ୍ୟବ୍ରତ ଭୁତିଆ,ଦେଓଗାଁ ସରପଞ୍ଚ ବିଜୟ ଦେହୁରୀ,ଉପସ୍ଥିତ ଥିଲେ, ଏବଂ ଆସନ୍ତା କାଲି ମହା ଶିବରାତ୍ରି ଉପଲକ୍ଷେ ସମସ୍ତ ପ୍ରଶାସନିକ ଵେବସ୍ଥା ଯାହାକି ଦୁଇ ବର୍ଷ ହେବ କରୋନା ମହାମାରୀ ପାଇଁ ବିନା ଭକ୍ତ ଙ୍କରେ ଶିବରାତ୍ରି ପାଳନ କରାଯାଇଥିଲା, ହେଲେ ଚଳିତ ବର୍ଷ ବିନା କଟକଣାରେ ଯାତ୍ରା ପାଳନ ହେବ ଏହାକୁ ଆଖିରେ ରଖି ପୋଲିସ ପ୍ରଶାସନ ଟ୍ରାଫିକ ବ୍ୟବସ୍ଥା ଓ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୃତାୟନ କରିଛି, ଏବଂ ଦେଓଗାଁ ସରପଞ୍ଚ ଙ୍କ ନେର୍ତୁତ୍ୱ ରେ ସମସ୍ତ କାର୍ଯ୍ୟ ନିର୍ବାହ ହେବ,

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *