ଆନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ପାଳିତ

Spread the love

ପୁରୀ,(ନାଗରାଜ ନ୍ୟୁଜ): ପୁରୀ ସମୁଦ୍ର ବେଳାଭୂମି କୁ ସାମୁହିକ ସଫେଇ କରାଯାଇ ଆନ୍ତର୍ଜାତୀୟ ବେଳାଭୂମି ଦିବସ ପାଳନ କରାଯାଇଛି। ଜିଲ୍ଲା ପ୍ରଶାସନ, ୬ ବାଟାଲିୟନ, ପୁରୀ ପୌରପାଳିକା,ଏନ ସି ସି କ୍ୟାଡେଟ, ବ୍ୟବସାୟୀ, ହୋଟେଲ ସଂଘର କର୍ମକମର୍ତ୍ତା, ସ୍ୱଛାସେବୀ ଓ ଜନସାଧାରଣ ଙ୍କ ମିଳିତ ସହଯୋଗ ରେ ଏହି ସଫେଇ କରାଯାଇଥିଲା। ପୂର୍ବାହ୍ନ ୬ ଘଟିକାରୁ ପେଣ୍ଠ କଟା ଠାରୁ ଲାଇଟ ହାଉସ ପର୍ଯ୍ୟନ୍ତ ଅଚଂଳ କୁ ସଫା କରାଯାଇଥିଲା। ପରେ
ବ୍ଲୁ ଫ୍ଲାଗବିଚ ଠାରେ ସଚେତନତା କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ସ୍ୱଛତା ସମସ୍ତଙ୍କ ପାଇଁ ଜରୁରୀ ବୋଲି କହିବା ସହ ବ୍ୟକ୍ତିଗତ ଓ ଅନୁଷ୍ଠାନଗତ ଜୀବନରେ ପ୍ରତ୍ୟେକ ସ୍ୱଛତା ପ୍ରତି ଉତ୍ତରଦାୟୀ ହୋଇ କାର୍ଯ୍ୟ କରିବାକୁ ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଡି ଏଫ ଓ ଶ୍ରୀ ରାମସାମୀ ପି, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ,ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଶ୍ରୀ ଦିଲ୍ଲୀପ କୁମାର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର, ଅତିରିକ୍ତ ଏସ ପି ଶ୍ରୀ ମିହିର ପ୍ରସାଦ ପଣ୍ଡା,ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ପୁରୀ ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ୱାଇଁ, ୬ ବାଟା ଲିଆନର କମାଣ୍ଡର ଶ୍ରୀ ପ୍ରସୁନ ପଣ୍ଡା, ମେଜର ରୋହତାଶ, ସୁବେଦାର ନରେଶ କୁମାର, ଡେପୁଟି କଲେକ୍ଟର ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର,ଅତିରିକ୍ତ ପୌର ନିର୍ବାହୀ ଅଧିକାରୀ ଶ୍ରୀ ମନୋଜ କୁମାର ବେହେରା,ପର୍ଯ୍ୟଟନ ଅଧିକାରୀ ଶ୍ରୀ ସରୋଜ କୁମାର ପ୍ରଧାନ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଚନ୍ଦନ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ହେମନ୍ତ ବେହେରା ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *