କଣାସ ବ୍ଲକର ସମସ୍ତ ଅଞ୍ଚଳକୁ ବନ୍ୟାଞ୍ଚଳ ଘୋଷଣା କରିବା ପାଇଁ ଜିଲ୍ଲାପାଳ ଦାବିପତ୍ର ପ୍ରଦାନ

Spread the love

ପୁରୀ,(ନାଗରାଜ ନ୍ୟୁଜ): କଣାସ ପଞ୍ଚାୟତ ସମିତି ୨୮ ଗୋଟି ଗ୍ରାମ ପଞ୍ଚାୟତକୁ ନେଇ ଗଠିତ । ଚଳିତ କରାଳ ବନ୍ୟାରେ କଣାସ ପଞ୍ଚାୟତ ସମିତିର ସମସ୍ତ ଅଞ୍ଚଳ ବନ୍ୟାରେ କବଳିତ ହୋଇଅଛି । ଅଞ୍ଚଳର ସମସ୍ତ ରାସ୍ତା ବନ୍ୟା ଜଳରେ ବୁଡ଼ିରହିଥିବା ରୁ ଯାତାୟତ ରେ ଯିବା ଆସିବାରେ ଅସୁବିଧା । ସମସ୍ତ ଚାଷ ଜମି ଉପରେ ୮ରୁ୧୦ ଫୁଟ ଉଚ୍ଚତା ରେ ବନ୍ୟା ଜଳ ଜମିରଥିଥିବାରୁ ଖରିଫ ଫସଲ ସମ୍ପୂର୍ଣ ଭାବରେ ନଷ୍ଟ ହୋଇ ପଡିଥିବା ବେଳେ। ସରକାର ତରଫରୁ ୧୫ଦିନ ପାଇଁ ରିଲିଫ ଯୋଗାଇ ଦିଆ ଯିବା ପାଇଁ ଘୋଷଣା କରାଯାଇଥିବା ବେଳେ କଣାସ ବ୍ଲକର ଗ୍ରାମବାସୀ ୧ମାସର ଦାବି କରୁଛନ୍ତି ସରକାର ଙ୍କ ପାଖରେ ଦାବି କରିବା ସତ୍ତ୍ୱେ କଣାସ ବ୍ଲକର ୨୮ଟି ଗ୍ରାମ ପଞ୍ଚାୟତ କୁ ବନ୍ୟା ଜଳ ଘୋଷଣା କରାଯାଇ ବନ୍ୟା ପରବର୍ତ୍ତୀ ଜୀବିକା ପାଇଁ ସମସ୍ତ ଚାଷୀ ଭାଇ ମାନଙ୍କର କୃଷିଋଣ ଛାଡ କରିବା ସଙ୍ଗେ ସଙ୍ଗେ ପ୍ରତିକାର , କ୍ଷତିଗ୍ରସ୍ତ ଲୋକ ମାନଙ୍କର କ୍ଷତି ପୁରଣ ,ବାସହରା ଲୋକମାନଙ୍କୁ ଥଇଥାନ ,ଚାଷ କରିବା ପାଇଁ ସମସ୍ତ ସରକାରୀ ସହାୟତା ,ମାଗଣା ବିହନ ଯୋଗାଇ ଦେବା ପାଇଁ ଅଞ୍ଚଳ ବାସୀ ମାନେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *