ଡିଜିଙ୍କୁ ସ୍ମାରକପତ୍ର ପ୍ରଦାନ

Spread the love

କଟକ,(ନାଗରାଜ ନ୍ୟୁଜ): ଆଜି ପଦ୍ମପୁରରେ ଉପନିର୍ବାଚନ ଜନିତ ହିଂସା ପାଇଁ ପୋଲିସର ପକ୍ଷପାତ ଏବଂ ନିଷ୍କ୍ରିୟତା ପାଇଁ ରାଜ୍ୟ ଭାଜପାର ଏକ ଟିମ କେନ୍ଦୁଝର ବିଧାୟକ ତଥା ମୁଖ୍ୟ ବିଧାନସଭାର ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ୱରେ ଓଡିଶା ପୋଲିସର ଡିଜି ମହୋଦୟ ଙ୍କୁ ଭେଟି ଆଲୋଚନା କରି ଏକ ସ୍ମାରକ ପତ୍ର ଦେଇଥିଲେ। ଏଥିରେ ଉପସ୍ଥିତ ଥିଲେ ଗଜପତି ବିଧାୟକ କେ ନାରାୟଣ ରାଓ , ଉଦଳା ବିଧାୟକ ଭାସ୍କର ମଢେଇ , ରାଇରଙ୍ଗପୁର ବିଧାୟକ ଗଣେଶ ମାଝୀ , ବଡ଼ସାହି ବିଧାୟକ ସନାତନ ବିଜୁଳି,ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ର ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ଦିଲ୍ଲୀପ ମହାନ୍ତି, କଟକ ନଗର ଜିଲା ସଭାପତି ଲଲାଟେନ୍ଦୁ ବଡୁ, ରାଜ୍ୟ ସଂଖ୍ୟା ଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲୀ, ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ୱରଂଜନ ମିଶ୍ର, ଯୁବମୋର୍ଚା ସଭାପତି ସତ୍ୟବ୍ରତ ମିଶ୍ର ଓ ଜୀବନ ଜ୍ୟୋତି ଦାସ ପ୍ରମୁଖ।

Leave a Reply

Your email address will not be published. Required fields are marked *