ପୁରୀ ଗୁଣ୍ଡିଚା ମନ୍ଦିର ରୋଷ ଘରେ ୨୦ଟି ଚୁଲିକୁ ଭାଙ୍ଗିଦେଲେ ଦୁର୍ବୁତ୍ତ

Spread the love

ପୁରୀ,(ନାଗରାଜ ନ୍ୟୁଜ): ପୁଣି ଭାଙ୍ଗିଲା ମହାପ୍ରଭୁଙ୍କ ରୋଷଘର ଚୁଲି । ସେବାୟତଙ୍କ ହାତ ଥିବା ଅଭିଯୋଗ । ପୁରୀ ଗୁଣ୍ଡିଚା ମନ୍ଦିର ରୋଷଘରେ ୨୦ଟି ଚୁଲିକୁ କେହି ଭାଙ୍ଗି ଦେଇଥିବା ସୂଚନା ମିଳିଛି । ସୁଆର ମହାସୁଆର ନିଯୋଗ ସଭାପତି ନାରାୟଣ ମହାସୁଆର ଏହି ସୂଚନା ଦେଇଛନ୍ତି। ସେଠାରେ ନୂଆ ଚୁଲି ତିଆରି ହୋଇଥିଲା। କାଲି ରାତିରେ କେହି ସେଠାରେ ପଶି ୨୦ଟି ଚୁଲି ଭାଙ୍ଗି ଦେଇଛି। କିଏ ଭାଙ୍ଗିଛି ତାହା ଜଣାପଡ଼ିନି। ସୁଆର ସେବାୟତ ଟୁଲୁ ମହାସୁଆର କହିଛନ୍ତି, ୫ ଦିନ ପୂର୍ବରୁ ଚୁଲି ଗୁଡ଼ିକୁ ତିଆରି କରାଯାଇଥିଲା। ମୋଟ ୭୫୨ଟି ଚୁଲି ତିଆରି କରାଯାଇଥିଲା। ତା’ ମଧ୍ୟରୁ ୨୦ଟି ଚୁଲିକୁ ଭାଙ୍ଗି ଦିଆଯାଇଛି। କେହି ଏଗୁଡ଼ିକୁ ହାତରେ ଭାଙ୍ଗିଛି। ଶ୍ରୀମନ୍ଦିର ରୋଷଘର ଚୁଲି ଭଳି ଏଗୁଡ଼ିକୁ ତଡ଼ା ଯାଇନି। ଚୁଲି ଗୁଡ଼ିକର ମାଟି କଞ୍ଚା ଥିବାରୁ ହାତରେ ଭଙ୍ଗା ଯାଇଛି ।ଅନ୍ୟପକ୍ଷରେ ଶରଧା ବାଲିରେ ରଥ ଉପରେ ଥିବା ଚତୁର୍ଦ୍ଧାମୂର୍ତ୍ତି ଆଜି ସନ୍ଧ୍ୟା ଧୂପ ପରେ ଗୋଟି ପହଣ୍ଡିରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିବେ । ରଥଯାତ୍ରା ପାଇଁ ଶ୍ରୀମନ୍ଦିର ଠାରୁ ଆରମ୍ଭ କରି ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପୁଲିସ୍ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିବା ବେଳେ ଏମିତି ଏକ ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Leave a Reply

Your email address will not be published. Required fields are marked *