ଖୁଦୁରକୁଣି ଓଷା ଆରମ୍ଭ

Spread the love

କଟକ,(ନାଗରାଜ ନ୍ୟୁଜ): ଆଜିଠାରୁ କଟକ ସହର ଏବଂ ଏହାର ଉପକୂଳ ଅଞ୍ଚଳରେ ଖୁଦୁରୁକୁଣୀ ପୂଜା ଆରମ୍ଭ ହୋଇଛି ।କ୍ରମାଗତ ବର୍ଷା ଫଳରେ ପୂଜା ପାଇଁ ପ୍ରତିବନ୍ଧକ ସୃଷ୍ଟି କରିଛି ।ତଥାପି ବିଧି ରକ୍ଷା ପାଇଁ କୁମାରୀ ଏବଂ ନବ ବିବାହିତା ଉପବାସ ବ୍ରତ ରଖି ଏହି ପୂଜା କରୁଛନ୍ତି । ଶୁକ୍ଲ ପକ୍ଷ ପୂର୍ଣ୍ଣିମା ପରେ କୃଷ୍ଣପକ୍ଷ ର ପ୍ରଥମ ରବିବାର ଠାରୁ ଖୁଦୁରୁକୁଣୀ ପୂଜା ଆରମ୍ଭ ହୋଇ ଚାରୋଟି ରବିବାର ପୂଜା କରାଯାଇ ଶେଷ ରବିବାର ଦିନ ଖୁଦୁରୁକୁଣୀ ବିସର୍ଜନ କରାଯାଇଥାଏ।କୁମାରୀ ଏବଂ ନବ ବିବାହିତା ମାନେ ନଦୀ ଏବଂ ନାଳରେ ବାଲୁଙ୍କା ପୂଜା କରି ନିଜ ନିଜ ଘରେ କଳସ ବସାଇ ଖୁଦୁରୁକୁଣୀ ପୂଜା କରିଥାନ୍ତି।ଏହା ଏକ ପ୍ରସିଦ୍ଧ ପୂଜା । ବିଶେଷ କରି କୁମାରୀ ଏବଂ ନବ ବିବାହିତା ମହିଳା ମାନେ ନିଜ ନିଜ ମନସ୍କାମନା ପୁରାଣ ପାଇଁ ଏହି ପୂଜା କରିଥାନ୍ତି ।

Leave a Reply

Your email address will not be published. Required fields are marked *