୩୦ରେ ଜଗନ୍ନାଥ କଥାମୃତ ଶିକ୍ଷା ଶିବିର, ଏଥର ଜଗନ୍ନାଥଙ୍କ ୧୦ ବେଶ

Spread the love

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲା ଖଇରା ବ୍ଲକର ପ୍ରସିଦ୍ଧ 300 ବର୍ଷ ର ପତିରାଜପୁର ମେଳା ପଡିଆରେ ୩୦ ତାରିଖ ଦିନ ଜଗନ୍ନାଥ କଥାମୃତ ଶିକ୍ଷା ଶିବିର ଅନୁଷ୍ଠିତ ହେବ । ଏଥର ଗୀତା ଯଜ୍ଞ ସାଙ୍ଗକୁ ଜଗନ୍ନାଥଙ୍କ ୧୦ ବେଶ ପ୍ରଦର୍ଶିତ ହେବ । ସକାଳ ୮ଟା ସମୟରେ ଜଗନ୍ନାଥ ସଂସ୍କୃତି ବିଷୟରେ ଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ । ପୁରୀ ଚାରଣ ଗୋଷ୍ଠୀ ଓ ପତିରାଜପୁର ମେଳା କମିଟିର ମିଳିତ ସହଯୋଗରେ ଆୟୋଜିତ ହେବାକୁ ଥିବା ଏହି ଶିବିରରେ ଜଗନ୍ନାଥଙ୍କ ଦୈନିକ ନିତୀ,ଦଇତାପତି ସେବା,ଛପନ ଭୋଗ,ଜନଜୀବନରେ ଜଗନ୍ନାଥ ଇତ୍ୟାଦି ଉପରେ ଆଧ୍ୟାତ୍ମିକ ଆଲୋଚନା କରାଯିବ । ଜଗନ୍ନାଥଙ୍କ ବଡପଣ୍ଡା, ବାଡଗ୍ରାହୀ,ବଡଶୁଆର ନିଯୋଗ, ଆନ୍ତର୍ଜାତିକ ଚାରଣ ଗୋଷ୍ଠୀର କର୍ମକର୍ତ୍ତା ଏହି ଆଲୋଚନାରେ ଅଂଶ ଗ୍ରହଣ କରିବେ ବୋଲି ରବିବାର ଗୋଳିହା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ଚାରଣ ଗୋଷ୍ଠୀ ଏବଂ ପତିରାଜପୁର ମେଳା କମିଟିର କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି । ସ୍ଥାନୀୟ ଚାରଣ ଗୋଷ୍ଠିର ସଭାପତି ରାମଚନ୍ଦ୍ର ପଣ୍ତାଙ୍କ ସଭାପତିତ୍ବରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଓ ପ୍ରସ୍ତୁତି ବୈଠକ ରେ ସମ୍ପାଦକ ନିର୍ମଳ କୁମାର ପଣ୍ଡା,ବରିଷ୍ଠ ସଭ୍ୟ କୃଷ୍ଣଚନ୍ଦ୍ର ପତ୍ରୀ,ସଂଯୋଜକ ବୁଦ୍ଧିରାମ ପାଣିଗ୍ରାହୀ,ମେଳା କମିଟିର ସଭାପତି ପିତାମ୍ବର ପଟ୍ଟନାୟକ,ସମ୍ପାଦକ ଭରତ ଚନ୍ଦ୍ର ରାଉତ,ସରପଞ୍ଚ ପ୍ରତିନିଧି ସମ୍ପଦ ଘଡେଇ ପ୍ରମୁଖ ଉପସ୍ଥିତ ଥିଲେ ।

ବାଲେଶ୍ଵର ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *