ପ୍ରକାଶ ପାଇଲା ପାକ୍ଷିକ ଗଳ୍ପ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ଯାଜପୁର ଜିଲ୍ଲା

Spread the love

ଖଇରା,(ନାଗରାଜ ନ୍ୟୁଜ): କବି କବୟିତ୍ରୀ ମାନଙ୍କ ଠାରୁ ଧୀରେ ଧୀରେ ଗଦ୍ଯ ସାହିତ୍ୟ ଦୂରେଇ ଯାଉଥିବା ବେଳେ ଗଦ୍ୟ ସାହିତ୍ୟର ଉନ୍ନତି ନିମନ୍ତେ ନରେନ୍ଦ୍ର ପ୍ରସାଦ ବେହେରାଙ୍କ କରକମଳରେ ଗଢି ଉଠିଛି ମୋ ଅନୁଷ୍ଠାନ ସାହିତ୍ୟ ସଂସଦ । ଏହି ଅନୁଷ୍ଠାନ କେବଳ ଓଡିଶା ନୁହେଁ ଭାରତ ବାହାରେ ବସବାସ କରୁଥିବା ଓଡ଼ିଆ ମାନଙ୍କ ହୃଦୟକୁ ମଧ୍ୟ ଜୟ କରିପାରିଛି ସୋସିଆଲ ମିଡିଆ ମାଧ୍ୟମରେ। ଗଦ୍ଯ ସାହିତ୍ୟର ବିକାଶ ପାଇଁ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ବର ଦ୍ବାରା ରାଜ୍ୟ ସ୍ତରୀୟ ସାପ୍ତାହିକ, ପାକ୍ଷିକ ଓ ମାସିକ ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି । ଯେଉଁଥିରେ କି ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ସାହିତ୍ଯିକା/ସାହିତ୍ଯିକ ମାନେ ଭାଗନେଇ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥାନ୍ତି ଏବଂ ବେଳେ ବେଳେ ପୁରସ୍କୃତ ମଧ୍ୟ ହୋଇଥାନ୍ତି । ସେହି ପରିପ୍ରେକ୍ଷୀରେ ପ୍ରସଙ୍ଗ( ଗଳ୍ପ) ଥିଲା- ” ଯୁଦ୍ଧ କରିବି କାହିଁକି ” । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯଥା- ସୁସ୍ମିତା ମହାପାତ୍ର, ସୁନ୍ଦରଗଡ଼, ରଞ୍ଜୁଲତା ପାଢ଼ୀ, ସୁନ୍ଦରଗଡ଼, ଭାରତୀ ସାହୁ, ଯାଜପୁର ଓ ସଞ୍ଜୁକ୍ତା ସାହୁ, ଜଗତସିଂହପୁରରୁ ଅଂଶ ଗ୍ରହଣ କରିଥିଲେ । ଯାହାର ଫଳାଫଳ ପ୍ରକାଶ ପାଇଛି, ଅନୁଷ୍ଠାନର ମୁଖ୍ୟ ସମୀକ୍ଷକ ନାରାୟଣ ଚନ୍ଦ୍ର ସେନାପତିଙ୍କ ସମୀକ୍ଷାରୁ ଭାରତୀ ସାହୁ ପ୍ରଥମ, ରଞ୍ଜୁଲତା ପାଢୀ ଦ୍ବିତୀୟ ଓ ସୁସ୍ମିତା ମହାପାତ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି କିନ୍ତୁ ସଞ୍ଜୁକ୍ତା ସାହୁ ଗଳ୍ପ ପରିବର୍ତ୍ତେ ପ୍ରବନ୍ଧ ଲେଖିଛନ୍ତି ।

ଗଦ୍ଯ ସାହିତ୍ୟର ଉନ୍ନତି ପାଇଁ କେତେ ଜଣଙ୍କୁ ଅନୁଷ୍ଠାନ ବର୍ତ୍ତମାନ ମାସକୁ ୩୦୦ଟଙ୍କା ସାହିତ୍ୟ ପ୍ରୋତ୍ସାହନ ରାଶି ଓ ପ୍ରମାଣ ପତ୍ର ପ୍ରଦାନ କରୁଛି । ଆଗାମୀ ଦିନରେ ୩୦୦ଟଙ୍କା ପରିବର୍ତ୍ତେ ୫୦୦ଟଙ୍କା ପ୍ରଦାନ ନେଇ ଲକ୍ଷ୍ୟ ରଖିଛି ଅନୁଷ୍ଠାନ । ଗଦ୍ଯ ସାହିତ୍ୟ କେମିତି ଅଧିକରୁ ଅଧିକ ଉନ୍ନତି କରିବ ସେଥିପାଇଁ ସାହିତ୍ୟ ସାଧକ/ସାଧିକା ମାନଙ୍କ ମନେରେ ଉତ୍ସାହ ସୃଷ୍ଟି କରିବା ପାଇଁ ଏ ପ୍ରୋତ୍ସାହନ ରାଶି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଉଛି ବୋଲି ପ୍ରତିଷ୍ଠାତା ଓ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଏଥିସହିତ ପ୍ରତି ମାସର ୧ ତାରିଖରେ ଅନୁଷ୍ଠାନ ଦ୍ବାରା ଫଟୋ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହେଉଛି ଏବଂ ସେଥିରେ ମଧ୍ୟ ବେଳେ ବେଳେ ପୁରସ୍କାର ରାଶି ମଧ୍ୟ ଦିଆଯାଉଛି । ତେଣୁ ସମସ୍ତଙ୍କୁ ନିବେଦନ ଆସନ୍ତୁ ସମସ୍ତେ ମିଳିମିଶି ଗଦ୍ଯ ସାହିତ୍ୟର ଉନ୍ନତି ନିମନ୍ତେ ନିଜକୁ ସାମିଲ କରି ମୋ ଅନୁଷ୍ଠାନକୁ ଆଗକୁ ଆଗେଇ ନେବାପାଇଁ ଉଦ୍ୟମ ଜାରିରଖିବା ।

ବାଲେଶ୍ୱର ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *