କେନ୍ଦ୍ର ସରକାରଙ୍କ କୃଷିନୀତିକୁ ସମର୍ଥନ ଜଣାଇ ଜଳେଶ୍ୱର ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

Spread the love

ଜଳେଶ୍ୱର : କେନ୍ଦ୍ର ସରକାର ଚାଷ ଓ ଚାଷୀର ଥିବା ସମସ୍ୟାକୁ ନୂତନ କୃଷିନୀତି ଦ୍ୱାରା ସମାଧାନ କରିବାରେ ସଫଳ ହୋଇଥିବା ବେଳେ ଗତ ୨୯ ତାରିଖରେ କିଛି ଖବରକାଗଜରେ ପ୍ରକାଶିତ ହୋଇଥିବା ଏକ ଭୁଲ ଖବରକୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନିନ୍ଦା କରିବା ସଂଗେ ସଙ୍ଗେ ସଠିକ ଖବର ପ୍ରକାଶନ ପାଇଁ ସମ୍ପୃକ୍ତ ଖବରକାଗଜକୁ ଲିଖିତ ଜଣାଇଛନ୍ତି ବୋଲି ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ସମିର କୁମାର ପାତ୍ର ଓ ବିଜେପି ନେତା ସିଦ୍ଧାର୍ଥ ଶଙ୍କର ପାଳ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ। ଜଳେଶ୍ୱର ଭଞ୍ଜ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ବିଭିନ୍ନ କୃଷି ସମ୍ପର୍କିତ ଯୋଜନା ବିଷୟରେ ସୂଚନା ଦେବା ସହିତ କଂଗ୍ରେସ, ସିପିଏମ ଓ ବିଜେଡି ଏହାକୁ ବିରୋଧ କରିବା ଅଯୁକ୍ତିକର ବୋଲି କହିଥିଲେ।ଏହି ସାମ୍ବାଦିକ ସମ୍ମିଳନୀରେ ସିଦ୍ଧାର୍ଥ
ଶଙ୍କର ପାଳ ଅଧ୍ୟକ୍ଷତା କରିଥିବା ବେଳେ ସମୀର କୁମାର ପାତ୍ର, ସୁମତି ଦେ, ପ୍ରତାପ ସେନାପତି, ତପନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *