ହରଚଣ୍ଡୀ ସାହି ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ

Spread the love

ପୁରୀ,(ନାଗରାଜ ନ୍ୟୁଜ): ଆଜି ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ପରିସରରେ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି . ଏହି ଉତ୍ସବରେ କଣାସ ଦୟାବିହାର ଧନ୍ଦାମୂଳକ ମହାବିଦ୍ୟାଳୟର ଉପାଧ୍ୟାକ୍ଷା ପ୍ରମୋଦ କୁମାର ଦଳେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉତ୍ସବକୁ ଉଦଘାଟନ କରିଥିବା ବେଳେ ଗୋପ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୋଦ ପଣ୍ଡା ଏବଂ ବିଦ୍ୟାଳୟର ସଭାପତି ଅରୁଣ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ . ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଯୁକ୍ତ ରବୀନ୍ଦ୍ର ନନ୍ଦ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶ୍ରୀ ଯୁକ୍ତ ଦଳାଇ ଶ୍ରୀକୃଷ୍ଣଙ୍କର ଜନ୍ମ ବୃତାନ୍ତ ଉପସ୍ଥାପନା କରିଥିଲେ . ବିଦ୍ୟାଳୟରେ ହୋମ ଯଜ୍ଞ ସହିତ ଗୋପ ଲୀଳା ପଠନ କରାଯାଇଥିଲା . କୁନିକୁନି ଶିଶୁ ମାନେ କୃଷ୍ଣଭେଷ ପରିଧାନ କରି ଉପସ୍ଥିତ ରହିଥିବାବେଳେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ସମେତେ ବହୁତ ସଂଖ୍ୟା ରେ ଅଭିବାହକ ଓ ଅଭିଭାବିକା ମାନେ ଉପସ୍ଥିତ ରହି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରାଇଥିଲେ . ପରିଶେଷରେ ବିଦ୍ୟାଳୟ ର ପୂର୍ବତନ ପ୍ରଧାନଚାର୍ଯ୍ୟ ଶ୍ରୀ ମତିଚିନ୍ମୟୀ ଦେବି ଧନ୍ୟବାଦ ଅର୍ପଣ କରିଥିଲେ . ଏହି କାର୍ଯ୍ୟକ୍ରମ ରେ କୁନିକୁନି ଶିଶୁ ଓ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ଜନ୍ମାଷ୍ଟମୀ ପର୍ବ ବହୁତ ଆନନ୍ଦ ଦେଇଥିଲା .

Leave a Reply

Your email address will not be published. Required fields are marked *