ଅବହେଳିତ ଅବସ୍ଥାରେ ପଡ଼ିରହିଛି ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତି

Spread the love

ପୁରୀ,(ନାଗରାଜ ନ୍ୟୁଜ): ଭାରତ ସ୍ବାଧୀନତା ସଂଗ୍ରାମ ର ପ୍ରଥମ ସହିଦ ତଥା ପୁରୀ ବୀର ହରେକୃଷ୍ଣ ପୁର ର ବୀର ସନ୍ତାନ ହେଉଛନ୍ତି ଶହୀଦ ଜୟୀ ରାଜଗୁରୁ। କିନ୍ତୁ ଦୁଃଖର ବିଷୟ ନିଜ ଜନ୍ମିତ ଗ୍ରାମର ଛକରେ ଅବହେଳିତ ଅବସ୍ଥାରେ ପଡ଼ି ରହିଛି ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତି। କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ପୁରୀ ର ପ୍ରବେଶ ପଥ ହରେକୃଷ୍ଣ ପୁର ଛକ ର ସୌନ୍ଦର୍ଯ୍ୟ କରଣ କରାଯାଉଥିବା ବେଳେ ସେହି ଛକରେ ଥିବା ସହୀଦ ଙ୍କ ପ୍ରତିମୂର୍ତ୍ତି ଏକ ଅନ୍ଧାର ଓ ସୂଚନା ଫଳକ ବିହୀନ ସିମେଣ୍ଟ ସ୍ତମ୍ବ ଉପରେ ଦଣ୍ଡାୟ ମାନ ରହିଛି। ଏହି ସବୁ ଦାବି ନେଇ ବୀର ହରେକୃଷ୍ଣ ପୁର ପଞ୍ଚାୟତର ସମିତି ସଭ୍ୟ ଅଜୟ କୁମାର ପ୍ରଧାନ ଙ୍କ ନେତୃତ୍ୱରେ ଗ୍ରାମବାସୀ ଙ୍କ ସମେତ ପୁରୀ ର ସ୍ବେଛାସେବୀ ମାନନୀୟ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଙ୍କୁ ଭେଟି ଉକ୍ତ ପ୍ରତିମୂର୍ତ୍ତିର ଚତୁର୍ପାର୍ଶ୍ୱର ସୌନ୍ଦର୍ଯ୍ୟକରଣ ଓ ଆଲୋକିକରଣ ନିମନ୍ତେ ଆଲୋଚନା କରିବା ସହ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଜିଲ୍ଲାପାଳ ଶ୍ରୀ ବର୍ମା ରାସ୍ତା ଓ ଗୃହ ନିର୍ମାଣ ଅଧିକ୍ଷଣ ଯନ୍ତ୍ରୀ ଇଁ ଅଜିତ ମହାପାତ୍ର ଙ୍କୁ ଯଥା ଶୀଘ୍ର ମହାପୁରୁଷ ଦଣ୍ଡାୟମାନ ଥିବା ସ୍ଥାନକୁ ସୌନ୍ଦର୍ଯ୍ୟକରଣ କରିବା ସହ ଏକ ସୂଚନା ଫଳକ ଲାଗିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ମହାପାତ୍ର ଖୁବ୍ ଶୀଘ୍ର ଏହି ସୌନ୍ଦର୍ଯ୍ୟ କରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବୀର ହରେକୃଷ୍ଣ ପୁର୍ ର ଗ୍ରାମବାସୀ ଶକ୍ତି ମିଶ୍ର, ବିଜୟ ଦାସ, ନିର୍ମଳ ପ୍ରଧାନ ଙ୍କ ସହ ପୁରୀ ର ଯୁବ ସାମାଜିକ କର୍ମୀ ସତ୍ୟ ନାରାୟଣ ସାହୁ ଏବଂ ଦେବରାଜ ଦାସ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *