ମହା ଶିବରାତ୍ରି ଜାଗର ପାଇଁ ସଜେଇ ହେଉଛି କପିଳାଶ ପୀଠ

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଚଳିତ ମାସ୧୮ତାରିଖରେ ଦେବ ଦେବ ମହାଦେବ ଙ୍କର ମହା ଶିବରାତ୍ରି ଓ ଜାଗର ପର୍ବ ଅନୁଷ୍ଠିତ ହେବ ସେଥିପାଇଁ ସମସ୍ତ ଶୈବ ପୀଠ ଗୁଡିକ ଚଳଚଂଚଳ ହୋଇଉଠିଛି ବିଶ୍ୱ ପ୍ରସିଦ୍ଧ ଶୈବ ପୀଠ ମାନଙ୍କ ମଧ୍ୟରେ ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ଅନ୍ତର୍ଗତ ଦେଓଗାଁ ଗ୍ରାମ ପଞ୍ଚାୟତ ସ୍ଥିତ ପ୍ରସିଦ୍ଧ କପିଳାଶ ପୀଠ ଅନ୍ୟତମ ଏଠାରେ ମହାପ୍ରଭୁ ଶ୍ରୀ ଶ୍ରୀ ବାବା ଚନ୍ଦ୍ରଶେଖର ବିଦ୍ୟମାନ ଆଗାମୀ୧୮ତାରିଖକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ଓ ଦେବୋତ୍ତର ବିଭାଗ ତଥା ଭାରତୀୟ ପ୍ରତ୍ନତାତ୍ତବିଭାଗ ପକ୍ଷରୁ ବିଭିର୍ଣ୍ଣ କାର୍ଯ୍ୟକ୍ରମ ଜୋରସୋରରେ ଆଗେଇଚାଲିଛି ଭାରତୀୟ ପ୍ରତ୍ନତାତ୍ତ୍ୱବିଭାଗ ପକ୍ଷରୁ ମୁଖ୍ୟ ମନ୍ଦିର ଓ ସିଂହଦ୍ୱାରରେ ରଙ୍ଗ କାର୍ଯ୍ୟହୋଇଥିବା ବେଳେ ବେଢା ଭିତର ପଥର ସୋଲିଙ୍ଗ କାର୍ଯ୍ୟ ସମ୍ପୂର୍ଣ ହୋଇଛି ସେହିପରି ସେଠାରେ ଥିବା ନାରାୟଣ ମନ୍ଦିର ବିଶ୍ୱନାଥ ମନ୍ଦିର ଓ ଅନ୍ୟାନ୍ୟ ଦେବା ଦେବୀ ଙ୍କର ମନ୍ଦିର ରଙ୍ଗ ଓ ସଫା ସୁତୁରା କାର୍ଯ୍ୟ ଦେବୋତ୍ତର ବିଭାଗ ପକ୍ଷରୁ ଅନ୍ତିମ ପ୍ରଜୟରେ ପହଞ୍ଚି ଅଛି ସେହିପରି ଉକ୍ତ ବିଭାଗ ପକ୍ଷରୁ ମନ୍ଦିର ପ୍ରବେଶ ପଥ ଠାରୁ ଆରମ୍ଭ କରି ଚର୍ତୁପାର୍ଶ୍ଵର ପରିମଳ ବ୍ୟବସ୍ଥା କାର୍ଯ୍ୟ ଯୁଦ୍ଧ କାଳୀନ ଭିତ୍ତିରେ ଚାଲିଛି ପ୍ରଥମ ଥର ରାଜ୍ୟ ସରକାର ଙ୍କର ଅନୁଦାନ ପାଣ୍ଠିରେ ବାରବାଙ୍କକୁ ସମ୍ପୂର୍ଣ ଆଲୋକିକରନ କରାଯାଇଛି କପିଳାଶ ଛକ ଠାରେ ଥିବା ତୋରଣ ଓ ମୃଗ ବିହାର ପାଖରେ ଥିବା ତୋରଣ ଦୁଇଟିର ନବୀକରଣ କାର୍ଯ୍ୟ ହୋଇଛି ଦେଓଗାଁ ଛକ ବଡଦାଣ୍ଡ ଠାରେ ପ୍ରଥମ ଥର ଏକ ମାଗଣା ଜୋତା ଷ୍ଟାଣ୍ଡ ର ବ୍ୟବସ୍ଥା କରାଯାଇଛି ସେହିପରି ପ୍ରଥମ ଥର ପ୍ରଥମ ବାଙ୍କ ଥରେ ଏକ ନୂତନ୭ଫୁଟ ଉଚ୍ଚର ଶିବ ମୂର୍ତ୍ତି ସ୍ଥାପନ ହେବାକୁ ଯାଉଛି ଯାହାକୁ୧୭ତାରିଖରେ ଢେଙ୍କାନାଳ ଜିଲ୍ଲାପାଳ ଉଦଘାଟନ କରିବାର ଜଣାଯାଇଛି ସେହିପରି ସେହି ବାଙ୍କ ଠାରେ ମା ସନ୍ତୋସୀ ଙ୍କର ନୂତନ ମନ୍ଦିର ପ୍ରତିଷ୍ଠା ହେବ ମହା ଶିବରାତ୍ରି କୁ ଆଖିଆଗରେ ରଖି ଦେବୋତ୍ତର ବିଭାଗ ପକ୍ଷରୁ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ଚାଲିଛି ଉକ୍ତ କାର୍ଯ୍ୟକ୍ରମକିପରି ଶାନ୍ତି ଶୃଙ୍ଖଳା ଓ ସଫଳତାର ସହିତ ହେବ ସେଥିପାଇଁ ଦୁଇଥର ପ୍ରସ୍ତୁତି ବୈଠକ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଛି ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ମାନେ ଉକ୍ତ ପିଠକୁ ଆସି କାର୍ଯ୍ୟ ଅଗ୍ରଗତି ଉପରେ ଅନୁଧ୍ୟାନ କରୁଛନ୍ତି .

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *