ପୋଡି ପାଉଁଶ ହେଲା ଖଡି ଚାଷ

Spread the love

ବାଲେଶ୍ବର,(ନାଗରାଜ ନ୍ୟୁଜ): ହୁତ ହୁତ ହୋଇ ଜଳି ଗଲା ୧୦୦ ଏକରରୁ ଉର୍ଦ୍ଧ ଇକଡ଼ ଚାଷ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କୁଳିହା ଗ୍ରାମରେ । ୨ ଟି ଅଗ୍ନିଶମ ବିଭାଗ ୩ ଘଣ୍ଟା ଧରି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ନାକେଦମ ହୋଇ ଯାଇଥିଲେ l ଏହି ଗ୍ରାମଟି ବନ୍ୟା ଅଂଚଳ ହୋଇ ଥିବାରୁ ଏଠାରେ ଧାନ ଚାଷ ହୁଏନାହିଁ । ଇକଡ଼ ତଥା ଖଡ଼ି ଚାଷ କରି କୁଳିହା ଗ୍ରାମର ଲୋକମାନେ ପରିବାର ପ୍ରତିପୋଷଣ କରିଥାନ୍ତି । ଏବେ ଚାଷୀଙ୍କ ମୁଣ୍ଡରେ ଋଣ ଭାର ବଢିଗଲା । ଏହାକୁ ସରକାରୀ ରେକର୍ଡରେ ବାଜେ ଫସଲ ବୋଲି କୁହାଯାଏ ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *