ଖେଲୋ ଇଣ୍ଡିଆ ମହିଳା ଲିଗ୍ ଏବଂ ରାଙ୍କିଂଗ ଫେନ୍ସିଂ ପ୍ରତିଯୋଗିତା ଆରମ୍ଭ

Spread the love

କଟକ,(ନାଗରାଜ ନ୍ୟୁଜ): ଓଡ଼ିଶା ରାଜ୍ୟ ଫେନ୍ସିଂ ଆସୋସିଏସନ୍ ଆୟୋଜନ ଏବଂ ଭାରତ ସରକାରଙ୍କ ର କ୍ରୀଡା ପ୍ରାଧିକରଣ ଓ ଜାତୀୟ ଫେନ୍ସିଂ ସଂଘ ସଯୋଗରେ ଆଜି ଗୁରୁବାର ଠାରୁ ଜବାହାର୍ ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଦ୍ଵିତୀୟ ପର୍ଯ୍ୟାୟ ଖେଲୋ ଇଣ୍ଡିଆ ମହିଳା ଲିଗ୍ ଏବଂ ରାଙ୍କିଂଗ ଫେନ୍ସିଂ ପ୍ରତିଯୋଗିତା ଆରମ୍ଭ ହୋଇଛି। ଆଜି ଆନୁଷ୍ଠାନିକ ଭାବରେ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି।ଭାରତର ବିଭିନ୍ନ ପ୍ରକାର ରାଜ୍ୟରୁ ପ୍ରାୟ 300ରୁ ଉର୍ଦ୍ଧ୍ବ ମହିଳା ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଛନ୍ତି। ଆଜି ଠାରୁ ଏହି ପ୍ରତି ଯୋଗିତା ଆରମ୍ଭ ହୋଇ ଆସନ୍ତା 26 ତାରିଖ ଯାଏ ଚାଲିବ।ପ୍ରତି ଜୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତି ନୋଗୀଙ୍କୁ 50000ଟଙ୍କା, ଦ୍ଵିତୀୟ ସ୍ଥାନ ଥିବା ପ୍ରତି ଯୋଗୀଙ୍କ 40000 ଟଙ୍କା ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ 30000 ଟଙ୍କା ପ୍ରଦାନ କରାଯିବ । ମୋଟ 17ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି ଆୟୋଜକ ମାନେ ପ୍ରକାଶ କରିଛନ୍ତି। ଆଜିର ଏହି ପ୍ରତି ଯୋଗିତାକୁ ଭାରତୀୟ ଫେନ୍ସିଂ ସଂଘର କୋଷାଧ୍ୟକ୍ଷ ବସିର ଅହମ୍ମଦ ଖାଁ, ଆଇ ଏ ଏସ ପାର୍ଥସାରଥି ମିଶ୍ର ସତ୍ୟବ୍ରତ ରଥ ଏବଂ ଭାରତୀୟ କ୍ରୀଡା ପ୍ରାଧିକରଣ ର ଉପ ନିର୍ଦ୍ଦେଶକ ତ୍ରୈଲୋକ୍ୟ ନାଥ ସାହୁ ଅତିଥି ଭାବରେ ଯୋଗ ଦେଇବ ପ୍ରତି ଯୋଗିତା ଉଦ୍ଘାଟନ କରିଥିଲେ। ଓଡ଼ିଶା ଫେନ୍ସିଂ ସଂଘର ସଭାପତି ଡକ୍ଟର ହରି ପ୍ରସାଦ ପଟ୍ଟନାୟକ ଉଦ୍ଘାଟନ କାର୍ଯ୍ୟ କ୍ରମରେ ସଭାପତିତ୍ବ କରିଥିଲେ। ରାଜ୍ୟ ସଂଘର ସଭାପତି ଶ୍ରୀ ଦେବେନ୍ଦ୍ର କୁମାର ସାହୁ ପ୍ରତି ଯୋଗିତା ସଂପର୍କ ରେ ସୂଚନା ଦେଇ ଥିଲେ। ଉପ ସଭାପତି ରମେଶ ଚନ୍ଦ୍ର ମଲ୍ଲିକ ଧନ୍ୟବାଦ୍ ଦେଇଥିଲେ। ଓଡ଼ିଶାରୁ ଦଶ ଜଣ ମହିଳା ପ୍ରତିଯୋଗୀ ଏହି ପ୍ରତି ଯୋଜିତାରେ ଅଂଶ ଗ୍ରହଣ କରି ଛନ୍ତି।

Leave a Reply

Your email address will not be published. Required fields are marked *