କଟକ ଜିଲା ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ କିଶୋର ଚନ୍ଦ୍ର ମିଶ୍ର

Spread the love

କଟକ, (ନାଗରାଜ ନ୍ୟୁଜ): କଟକ ଜିଲା ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ୪ ନମ୍ବର ଜୋନ ଜିଲା ପରିଷଦ ସଦସ୍ୟ କିଶୋର ଚନ୍ଦ୍ର ମିଶ୍ର। କିଶୋର ଜିଲ୍ଲା ପରିଷଦ ର ୧୨ ରୁ ୧୭ ମସିହା ପର୍ଯ୍ୟନ୍ତ ଉପାଧକ୍ଷ ଭାବରେ ନିର୍ବାଚିତ ହୋଇଥିଲେ। ନରସିଂହପୁରର ବିଜେଡି ନେତା କିଶୋର ମିଶ୍ର ପୂର୍ବରୁ କଟକ ଜିଲା ପରିଷଦର ଉପାଧ୍ୟକ୍ଷ ଥିଲେ। ସଦ୍ୟ ସମାପ୍ତ ଜିଲା ପରିଷଦ ନିର୍ବାଚନରେ କଟକ ଜିଲ୍ଲାରେ ୪୬ ଟି ଜିଲା ପରିଷଦ ମଧ୍ୟରୁ ୪୫ ଟି ଆସନରେ ବିଜେଡି ବିଜୟ ଲାଭ କରିଥିବା ବେଳେ ବିଜେପି ମାତ୍ର ଗୋଟିଏ ଜୋନରେ ବିଜୟ ଲାଭ କରିଛି।

Leave a Reply

Your email address will not be published. Required fields are marked *