ଓଡ଼ିଶା ଗବେଷଣା ସମ୍ମିଳନୀ-୨୦୨୨ର ଉଦ୍‌ଯାପନ

Spread the love

କଟକ,(ନାଗରାଜ ନ୍ୟୁଜ): ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ସହଯୋଗରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା
ଓଡ଼ିଶା ଗବେଷଣା ସମ୍ମେଳନ-୨୦୨୨ର ଉଦ୍‌ଯାପନ ହୋଇଯାଇଛି। ପୂର୍ବାହ୍ନ ଉତ୍ସବରେ ଲବ୍ଧପ୍ରତିଷ୍ଠ ପ୍ରଫେସର ତଥା ମୁମ୍ବାଇର ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜିର ପୂର୍ବତନ କୁଳପତି ପ୍ରଫେସର ଜି.ଡି. ଯାଦବ ଯୋଗଦେଇ ନିଜ ବକ୍ତବ୍ୟରେ ଗବେଷଣାର ପ୍ରକୃତ ବିକାଶ ନିମିତ୍ତ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଆର୍ଥିକ ପ୍ରୋତ୍ସାହନ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏହି ପରିପ୍ରକ୍ଷୀରେ ସେ ଦକ୍ଷିଣ କୋରିଆ, ଫିନ୍ଲାଣ୍ଡ ଭଳି ଦେଶର ଉଦାହରଣ ଦେଇ ଯେଉଁ ଦେଶର ଉଚ୍ଚଶିକ୍ଷାଭିତ୍ତିକ ବ୍ୟୟବରାଦ ଯେତେ ଅଧିକ, ସେ ଦେଶର ଅଭିବୃଦ୍ଧିର ସମ୍ଭାବନା ସେତେ ଅଧିକ ବୋଲି କହିଥିଲେ। ଉନ୍ନତ ସୁବିଧା, ଉପଯୁକ୍ତ କ୍ଷେତ୍ର ଓ ଆର୍ଥିକ ପ୍ରୋତ୍ସାହନ ମିଳିଲେ ଗବେଷକମାନେ ନିଜର ଗବେଷଣାର ମୌଳିକତା ଓ ନୂତନତା ନିମନ୍ତେ ପରିଚିତି ଓ ପ୍ରସିଦ୍ଧି ପାଇପାରିବେ ବୋଲି ମଧ୍ୟ ସେ ଆଶା ବ୍ୟକ୍ତ କରିଥିଲେ। ଏହି ଅଧିବେଶନରେ ପ୍ରଶାସକ ବି. ପରମେଶ୍ୱରନ୍ ଯୋଗ ଦେଇଥିଲେ।ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକ ତାଙ୍କ ବକ୍ତବ୍ୟ ରେ ଶିକ୍ଷା, ଗବେଷଣା ଓ ଶିଳ୍ପ ମଧ୍ୟରେ ରହିଥିବା ଦୂରତା କୁ କିଭଳି ଦୂର କରାଯିବ, ସେ ବିଷୟରେ ବର୍ଣ୍ଣନା କରିଥିଲେ .

Leave a Reply

Your email address will not be published. Required fields are marked *