ହନୁମାନ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ

Spread the love

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ବଣସିଂହ ପଞ୍ଚାୟତ ଅନ୍ତର୍ଗତ ଭୂଇଁପୁର ଗ୍ରାମର ଅଧିଷ୍ଠାତ୍ରୀ ମା’ ଭିମିନଗ୍ରୀଙ୍କ ପବିତ୍ର ପୀଠରେ ପ୍ରଭୁ ହନୁମାନଙ୍କ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଭୂଇଁପୁର, ଶଙ୍କରପୁର, ବଣସିଂହ, ମାଧବୋଲ ଓ ଛଡ଼ାସିଂହ ଗ୍ରାମର ଭକ୍ତମାନେ ମା’ଙ୍କ ପୀଠରେ ଯୋଗଦାନ କରିଥିଲେ । ଏହାସହ ଭୂଇଁପୁର ଏବଂ ମାଧବୋଲ ଗ୍ରାମର କୀର୍ତ୍ତନମଣ୍ଡଳୀ ମା’ଙ୍କ ପୂଜାରେ ମୃଦଙ୍ଗ ବଜାଇ ହରେ କୃଷ୍ଣ ହରେ ରାମ ନାମ ଜପ କରି କାର୍ଯ୍ୟରେ ସହଯୋଗ କରିଥିଲେ । ମନ୍ଦିରର ମୁଖ୍ୟ ପ୍ରତିଷ୍ଠାତା କୈଳାସ ସ୍ୱାଇଁ ମନ୍ଦିରର କର୍ତ୍ତା ଗୋଲେଖ ସ୍ୱାଇଁ ଏବଂ ପରିଚାଳନା ଦାୟିତ୍ୱରେ ଭକ୍ତ ରଞ୍ଜନ ସ୍ୱାଇଁ, ଗଣେଶ ସାହୁ, ତ୍ରୀନାଥ ସ୍ୱାଇଁ, ଅବନୀ ରାଉତ, ଅମ୍ବିକା ରାଉତ, ଡ଼ମା ରାଉତ, ବ୍ରହ୍ମନନ୍ଦ ରାଉତ, ପୂଜକ ବିପିନ ପାଣି, ସୋମନାଥ ଶତପଥୀ, ଗୋପାଳ ସ୍ୱାଇଁ ଓ ବିନୟ ସ୍ୱାଇଁ ପ୍ରମୁଖ ଯୋଗଦେଇ ପୂଜାକାର୍ୟ୍ୟକୁ ସମାପ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *