ଔଷଧିୟ ଗୁଣରେ ଭରପୂର ତୁଳସୀ ପାଣିର ଉପକାରିତା ବିଷୟରେ ଜାଣନ୍ତୁ

Spread the love

ଭୂବନେଶ୍ୱର, (ନାଗରାଜ ନ୍ୟୁଜ ): ଆଜି ଆମେ ତୁଳସୀ ପାଣି ପିଇବାର ଉପକାର ନେଇଆସିଛୁ । ଯଦିଓ ତୁଳସୀଙ୍କୁ ହିନ୍ଦୁ ଧର୍ମରେ ପୂଜା କରାଯାଏ, କିନ୍ତୁ ଆପଣ ଜାଣିଛନ୍ତି କି ଏହା ଆପଣଙ୍କୁ ଅନେକ ରୋଗରୁ ଦୂରେଇ ରଖିପାରେ । ତୁଳସୀ ଶୀତ ଋତୁରେ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଲାଭ ଦେଇପାରେ । ଏହାର ନିୟମିତ ବ୍ୟବହାର କେବଳ ଥଣ୍ଡା ଏବଂ କାଶରେ ନୁହେଁ, ହଜମ ପ୍ରକ୍ରିୟାରେ ମଧ୍ୟ ଆରାମ ଦେଇଥାଏ ।

ଆୟୁର୍ବେଦ ବିଶେଷଜ୍ଞଙ୍କ ଅନୁଯାୟୀ ପ୍ରତିଦିନ ତୁଳସୀ ପତ୍ର ଖାଇବା ଦ୍ୱାରା ଶରୀର ଡିଟକ୍ସାଇଡ୍ ହୋଇଥାଏ । ଏହା ସହିତ ତୁଳସୀ ଶରୀରର ତାପମାତ୍ରାକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ । ତୁଳସୀ ପତ୍ର ଖାଇବା ଦ୍ୱାରା ଓଜନ ହ୍ରାସ ମଧ୍ୟ ହୁଏ । କୋଲେଷ୍ଟ୍ରଲ ମଧ୍ୟ ବୃଦ୍ଧି ହୁଏ ନାହିଁ ।
ଶୀତଦିନେ ଉପକାରୀ ଅଟେ ତୁଳସୀ ପତ୍ର
ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଶୀତଦିନେ ହଳଦୀ ଏବଂ ତୁଳସୀର କାଢ଼ା କେବଳ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ନାହିଁ, ବରଂ ଥଣ୍ଡା ଏବଂ ଗଳା ଯନ୍ତ୍ରଣା ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଯଦି ଆପଣଙ୍କର ପେଟ ସମ୍ବନ୍ଧୀୟ କୌଣସି ପ୍ରକାରର ସମସ୍ୟା ଅଛି, ତେବେ ତୁଲସୀ ପାଣି ପିଇ ଆପଣ ଏଥିରୁ ମୁକ୍ତି ପାଇପାରିବେ ।

୧. ଯଦି ଏସିଡିଟି ଥାଏ, ତେବେ ପ୍ରତିଦିନ ୨ ରୁ ୩ଟି ତୁଳସୀ ପତ୍ର ଚୋବାନ୍ତୁ ।
୨. ତୁଳସୀ ପତ୍ର ଏବଂ ଲେମ୍ବୁ ରସକୁ ନଡ଼ିଆ ପାଣି ସହିତ ମିଶାଇ ପିଅନ୍ତୁ ।
୩. ଚା କିମ୍ବା କାଢ଼ାରେ ତୁଳସୀ ପତ୍ର ମିଶାଇ ପିଇବା ହଜମ କରିବାରେ ସାହାଯ୍ୟ କରେ ।
ଖାଲି ପେଟରେ ତୁଳସୀ ପାଣି ପିଇବାର ଆଶ୍ଚର୍ଯ୍ୟଜନକ ଲାଭ
ଏହାର ବ୍ୟବହାର ଦ୍ୱାରା ବହୁ ପରିମାଣରେ ଭାଇରାଲ୍ ସଂକ୍ରମଣକୁ ଏଡାଯାଇପାରିବ । ତୁଲସୀ ପାଣି ପିଇବା ଦ୍ୱାରା ଥଣ୍ଡା ଏବଂ ଗଳା ଯନ୍ତ୍ରଣା ରୁ ମୁକ୍ତି ମିଳିଥାଏ ।
ମଧୁମେହ ରୋଗୀଙ୍କ ସୁଗାର ସ୍ତର ନିୟନ୍ତ୍ରଣରେ ରହିଥାଏ । ବିଷାକ୍ତ ପଦାର୍ଥ ଶରୀରରୁ ବାହାରିଯାଇଥାଏ । ଶରୀରର ପ୍ରତିରକ୍ଷା ପ୍ରଣାଳୀ ମଜବୁତ ହୁଏ । ହଜମ ସମ୍ବନ୍ଧୀୟ ସମସ୍ୟା ଦୂରରେ ରହିଥାଏ । କୋଷ୍ଠକାଠିନ୍ୟ ଏବଂ ଲୁଜ ମୋସନ ସମସ୍ୟାରୁ ମୁକ୍ତି ଦେଇଥାଏ ।

Leave a Reply

Your email address will not be published. Required fields are marked *