ଲିଲି ଚାମ୍ପିସ୍ ପ୍ରି-ପ୍ରାଇମେରି ସ୍କୁଲର ଚତୁର୍ଥ ବାର୍ଷିକ ଉତ୍ସବ

Spread the love

ପୁରୀ,(ନାଗରାଜ ନ୍ୟୁଜ): ଲିଲି ଚାମ୍ପିସ୍ ପ୍ରି-ପ୍ରାଇମେରି ସ୍କୁଲର ଚତୁର୍ଥ ବାର୍ଷିକ ଉସ୍ରବ ଅନୁଷ୍ଟିତ ହୋଇଯାଇଛି। ଏହି ଉସ୍ରବରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ମହେଶ୍ୱର ମହନ୍ତୀ, ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଭବ ତରଣ ସାହୁ (ସବ୍ କଲେକ୍ଟର ପୁରୀ ), ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ମନୋଜ କୁମାର ତ୍ରିପାଠୀ (ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ), ଶ୍ରୀଯୁକ୍ତ ଚନ୍ଦନ କୁମାର ସାହୁ (ଜିଲ୍ଲା କ୍ରୀଡା ଅଧିକାରୀ) ଓ ଆଇନ ଜୀବୀ ଶ୍ରୀ ଦୀପକ କୁମାର ପଣ୍ଡା ଉପସ୍ଥିତ ଥିଲେ। ଏଥି ସହିତ ସ୍କୁଲର ପ୍ରତିଷ୍ଠାତୀ ଶ୍ରୀମତି ବିନୋଦିନୀ କହଁର, ସଭାପତି ନାରାୟଣ ମହାସୁଆର (ସେକ୍ରେଟେରି ସୁଆର ମହାସୁଆର ନିଯୋଗ), ଉପସଭାପତି ବକ୍ସି ରାମଚଦ୍ର ପ୍ରତିହାରୀ (ଶ୍ରୀ ଜଗନ୍ନାଥ ମନ୍ଦିରର ସୁପର ଭାଇଜର ଅଫିସର), ସ୍କୁଲ ର ନିର୍ଦ୍ଦେଶକ ରବିନାରାୟଣ ଦାସ ଆଦି ଉପସ୍ଥିତ ଥିଲେ। କୁନି କୁନି ପିଲାମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାଯ୍ଯ ପରିବେଶଣ କରାଯାଇଥିଲା । ଶ୍ରୀଯୁକ୍ତ ମହେଶ୍ୱର ମହନ୍ତୀ ନିଜ ବକ୍ତବ୍ଯ ରେ କହିଥିଲେ ଯେ ପିଲା ମାନଙ୍କୁ ବଡ ମଣିଷ କରିବା ଠାରୁ ଭଲ ମଣିଷ କରିବା ଅଧିକା ଗୁରୁତ୍ବ ପୂର୍ଣ୍ଣ ଅଟେ। ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଭବ ତରଣ ସାହୁ ନିଜ ଅଭିଭାଷଣ ରେ କହି ଥିଲେ ସେବାୟତ ପିଲାମାନେ ଯେମିତି ଭଲ ପାଠ ପଢି ଜଗନ୍ନାଥଙ୍କ ସେବା ସହ ସମାଜ ରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବେ ତା ପ୍ରତି ଦୃଷ୍ଟି ଦେବା ଆବଷ୍ଯକ। ଶେଷ ରେ ସ୍କୁଲ ର ସେକ୍ରେଟେରି ଶ୍ରୀମତି ରାଜଶ୍ରୀ କହଁର ଶିକ୍ଷାର ଗୁରୁତ୍ବ ବିଷୟରେ ବୁଝାଇ କହିଥିଲେ ଯେ ଅଭିଭାବକ ଓ ଶିକ୍ଷକଙ୍କ ମିଳିତ ସହାୟତା ରେ ହିଁ ଗୋଟିଏ ଶିଶୁର ସଂପୂର୍ଣ୍ଣ ବିକାଶ ହୋଇ ପାରିବ। ସ୍କୁଲ ର ଉପ ପ୍ରଧାନ ଶିକ୍ଷୟତ୍ରୀ ଭବାନୀ ବଡପଣ୍ଡା ଅତିଥି ମାନଙ୍କୁ ଧନ୍ଯବାଦ ଜ୍ଞାପନ କରିଥିଲେ।

Leave a Reply

Your email address will not be published. Required fields are marked *