ମହାପ୍ରଭୂଙ୍କ ନିଳାଦ୍ରୀ ବିଜେ

Spread the love

ଭୁବନେଶ୍ୱର, ୪।୭(ଏନ୍‌ ନ୍ଯୁଜ୍‌) ଆଜି ମହାପ୍ରଭୂଙ୍କର ନିଳାଦ୍ରୀ ବିଜେ । ନବଦିନାତ୍ମକ ରଥଯାତ୍ରା ଶେଷ କରି ବାହୁଡାରେ ବାହୁଡିଥିଲେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରା ଦେବୀ । ଦଶମୀରେ ବଡ଼ ଦାଣ୍ଡରେ ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ । ଦୀର୍ଘ ଦିନର ଯାତ୍ରା ଫଳରେ ଆକି ଯାଇଛିନ୍ତି ତିନି ଠାକୁର । ଥକା ମେଣ୍ଟାଇବା ପାଇଁ ବିଧିପୂର୍ବକ ସାନ୍ଧ୍ୟାରେ ଅଧର ପଣା ଲାଗି ହେବ । ଶ୍ରୀମନ୍ଦିର ପ୍ରବେଶ ବେଳକୁ ମହାପ୍ରଭୂ ଜଗନ୍ନାଥଙ୍କର ସାମାଜିକ ମାନବୀୟ ଲିଳା ହେବ। ଯାତ୍ରାକୁ ଯିବା ବେଳେ ଜଗନ୍ନାଥ ମା’ ମହାଲକ୍ଷ୍ମୀଙ୍କୁ ସଥୀରେ ନେଇ ନ ଥିବାରୁ ମା’ ତାଙ୍କ ଉପରେ ରୁଷି ଫେରିବା ବାଟକୁ ଚାହିଁ ବସିଥିବେ। ରନ୍ଧନଶାଳା ପ୍ରାଚୀର ପାଖରେ ସ୍ୱାମୀଙ୍କ ମନ୍ଦିର ପ୍ରବେଶକୁ ଦେଖି ସିଂହ ଦରଜା ପକାଇବାକୁ ନିର୍ଦ୍ଦେଶ ଦେବେ। ସିଂହ ଦରଜା ବନ୍ଦ କରି ଦିଆଯିବା। ଏହାପରେ ମହାଲକ୍ଷ୍ମୀଙ୍କୁ ରସଗୋଲା ହାଣ୍ଡି ଦେଇ ଜନ୍ନାଥ ମାନଭଞ୍ଜନ କରିବେ । ମା’ ରୋଷ ତ୍ୟାଗକରି ସିଂହ ଦରଜା ଖୋଲିବାକୁ ନିର୍ଦ୍ଦେଶ ଦେବା ପରେ ରାତି ୧୦ଟାରେ ୩ ଠାକୁରଙ୍କ ମନ୍ଦିର ପ୍ରବେଶ କରିବାକୁ କାର୍ଯ୍ୟ ସ୍ଵାଚୀ ସ୍ଥିର ହୋଇଛି।

Leave a Reply

Your email address will not be published. Required fields are marked *