ପୁରୀ,(ନାଗରାଜ ନ୍ୟୁଜ): ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ମୋହନ ସୁନ୍ଦର ଦେବ ଗୋସ୍ଵାମୀ ସ୍ମୃତି ସଂସଦ ଦ୍ୱାରା ଆୟୋଜିତ ପ୍ରଭୁପାଦ ମୋହନ ସୁନ୍ଦର ଦେବଗୋସ୍ଵାମୀ ଜୟନ୍ତୀ ସମାରୋହ ଅନ୍ନପୂର୍ଣା ରଙ୍ଗମଞ୍ଚ ଠାରେ ଅନୁଷ୍ଠିତ ହୋଇଯାଇଛି I ଏକାଡେମୀ ସଦସ୍ୟ ଲକ୍ଷ୍ମୀଧର ପୂଜାପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଏକାଡେମୀ ପୁରସ୍କାର ପ୍ରାପ୍ତ ବରିଷ୍ଠ ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ମିଶ୍ର ମୁଖ୍ୟ ଅତିଥି, ଅଭିନେତା ଓ ନିର୍ଦ୍ଦେଶକ ଲକ୍ଷ୍ମୀଧର ମିଶ୍ର, ମୋହନ ଗୋସ୍ଵାମୀ ଙ୍କ ନାତି ଭକ୍ତରାଜ ଦେବ ଗୋସ୍ୱାମୀ ଏବଂ ଅନ୍ନପୂର୍ଣା ର ବରିଷ୍ଠ କଳାକାର ଗଣେଶ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମୋହନ ସୁନ୍ଦର ଦେବ ଗୋସ୍ଵାମୀ ଏକାଧାରରେ ଥିଲେ ଓଡ଼ିଆ ଚଳଚ୍ଚିତ୍ର ର ଜନକ, ରାସସ୍ରଷ୍ଟା ,କବି, ଗାୟକ, ନାଟ୍ୟକାର ଓ ଅଭିନେତା I ସେ ସବୁଠି ମୋହନ ଗୋସାଇଁ ନାଁ ରେ ଥିଲେ ପରିଚିତ I ସେ ଓଡ଼ିଶୀ ସଙ୍ଗୀତ ଗାୟନ ରେ ପ୍ରବୀଣ ଥିଲେ ବୋଲି ପ୍ରକାଶ କରିଥିଲେ I ଯୁବ ନିର୍ଦ୍ଦେଶକ ବିକ୍ରମ ସାହୁ ସ୍ଵାଗତ ଭାଷଣ ପ୍ରଦାନ ଓ ସ୍ମୃତି ସଂସଦର ସମ୍ପାଦକ ଗୋବିନ୍ଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ I ଏହି ଅବସରରେ ରୂପଲତା ମହାନ୍ତି ଙ୍କ ନିର୍ଦ୍ଦେଶନାରେ ନୃତ୍ୟ ରୂପକ ‘ମାନଭଞ୍ଜନ’ ପରିବେଶିତ ହୋଇଥିଲା I ସାହିତ୍ୟିକ ଶ୍ୟାମ ପ୍ରକାଶ ସେନାପତି କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ I