ଜେଏମଏଫସି କୋର୍ଟରେ ହାଜର ହେଲେ ମାହାଙ୍ଗା ଆଇଆଇସି

Spread the love

କଟକ, (ନାଗରାଜ ନ୍ୟୁଜ): ମାହାଙ୍ଗା ଡବଲ ମର୍ଡର ଘଟଣାରେ ସାଲେପୁର ଜେଏମଏପସି କୋର୍ଟ ମାହାଙ୍ଗା ପୋଲିସକୁ ଅପଟୁଡେଟ କେଶ ଡାଏରୀ ଓ ସିଡିଆର ଦଖଲ ପାଇଁ ନିର୍ଦ୍ଦେଶ ଦେବା ଓ ଏହାକୁ ଦାଖଲ ପାଇଁ ପୋଲିସ କୋର୍ଟକୁ ଅଧିକ ସମୟ ମାଗିବା ଘଟଣାକୁ ନେଇ ରାଜନୀତି ଯୋର ଧରିଥିଲା । ଜେଏମଏଫସି କୋର୍ଟର ଆଦେଶ ପୁନଃ ବିଚାର ପାଇଁ ମାହାଙ୍ଗା ଥାନା ଅଧିକାରୀ ଜେଏମଏଫସି ସାଲେପୁର ଏଡିଜେ କୋର୍ଟରେ ଆବେଦନ କରିଥିଲେ । ତେବେ ମାନ୍ୟବର ଜେଏମଏଫସି ଏହାକୁ ଖରାଜ କରିଥିଲେ । ଗତ ଡ଼ିସେମ୍ବର ୪ ତାରିଖ ଦିନ ପୁନଃ ତଦନ୍ତ ରିପୋର୍ଟ ଓ ସିଡିଆର ଦାଖଲ ପାଇଁ ବ୍ୟକ୍ତିଗତ ଭାବେ ହାଜିରା ନଦେବାରୁ ଏହି ମାସ ୧୦ତାରିଖ ସକାଳ ୧୦ଟା ୩୦ ସୁଦ୍ଧା ଏସବୁ ରେକର୍ଡ କୋର୍ଟରେ ଜମା କରିବା ସହ କାହିଁକି ତା’ଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ନିଆନଯିବ ତାହା ଜଣାଇବା ପାଇଁ କୋର୍ଟ ନିର୍ଦେଶ ଦେଇଥିଲେ । ଆଜି କୋର୍ଟର ଧାର୍ଯ୍ୟ ସମୟ ୧୦.୩୦ ରେ ମାହାଙ୍ଗା ଥାନା ଅଧିକାରୀ ହାଜର ହେବା ସହ ଆବଶ୍ୟକ ସିଡିଆର ଓ କେସ୍ ଡାଏରି ଜେଏମଏଫସି ସାଲେପୁରଙ୍କ ପାଖରେ ଦାଖଲ କରିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *