ମାହାଙ୍ଗା ଠାରେ ଗରିବ କଲ୍ୟାଣ ସମ୍ମିଳନୀ ଅନୁଷ୍ଠିତ

Spread the love

କଟକ, (ନାଗରାଜ ନ୍ୟୁଜ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଠ ବର୍ଷ ପୂର୍ତ୍ତି ଅବସରେ ଆଜି କଟକ ଜିଲ୍ଲା ମାହାଙ୍ଗା ଠାରେ ବିଶାଳ ଗରିବ କଲ୍ୟାଣ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ପ୍ରଧାନ ମନ୍ତ୍ରୀ ପି ଏମ କିଶାନ ନିଧି ଯୋଜନାରେ ଚାଷୀଭାଇ ମାନଙ୍କୁ ପ୍ରତ୍ୟେକ 6000 ଟଙ୍କା ଡି ବି ଟି ଜରିଆରେ ସିଧାସଳଖ ଏଗାର ତମ କିସ୍ତି ପ୍ରଦାନ କରିଛନ୍ତି । ବାରାହୀ ପୁର ଠାରେ ପ୍ରଧାନ ମନ୍ତ୍ରୀଙ୍କ ଆଠ ବର୍ଷ ପୂର୍ତ୍ତି ଉପଲକ୍ଷେ କାର୍ଯ୍ୟକ୍ରମ ର ସିଧାପ୍ରସାରଣ କରାଯାଇଥିଲା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ମୋଦି ସରକାରଙ୍କର ଆଠ ବର୍ଷ ଶାସନ କାଳରେ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କର ସର୍ବାଙ୍ଗିନ ଉନ୍ନତି ଘଟିଛି।ବିଗତ ଆଠ ବର୍ଷ ମଧ୍ୟରେ ମୋଦି ସରକାର ବିଭିନ୍ନ ଜନକଲ୍ୟାଣ ଯୋଜନା ଆରମ୍ଭ କରିଛନ୍ତି।ସେହି ଯୋଜନାର ଲାଭ କୋଟି କୋଟି ଗରିବଙ୍କ ଘରେ ପହଞ୍ଚିଛି ।3.15କୋଟି ପରିବାରଙ୍କୁ ମିଳିଛି ପକ୍କା ଆବାସ ଯୋଜନା, 2.03ଲକ୍ଷ କୋଟି ଟଙ୍କା କିଶାନ୍ ସମ୍ମାନ ବିଧିରେ ମିଳିଥିବାରୁ 10କୋଟି ରୁ ଅଧିକ କୃଷକ୍ଙ୍କର ଆର୍ଥିକ କ୍ଷେତ୍ରରେ ସ୍ଵଚ୍ଛଳତାଆସିଛି।ସେହି ଭଳି 13.78କୋଟିରୁ ଶିଶୁ ଗର୍ଭ ବତୀ ମହିଳା ମାନଙ୍କୁ ମୁକ୍ତ ଓ ସୁସ୍ଥ ଜୀବନ ଯାପନ କରୁଛନ୍ତି।ବୋଲି କହିଥିଲେ । କାର୍ଯ୍ୟ କ୍ରମର ପ୍ରାରମ୍ଭରେ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଡକ୍ଟର ପଦ୍ମିନୀ ସ୍ୱାଇଁ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେବା ସହ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଭାରତ ସରକାରଙ୍କ ଚିଫ କଣ୍ଟ୍ରୋଲର ଅକାଉଣ୍ଟସ ଶ୍ରୀ ବିନୋଦ କୁମାର, ଆଇ ଓ ସି ଏଲ୍ ର ରାଜ୍ୟ ମୁଖ୍ୟ ନିରଜ ଏମ ନିମେଜ୍ ଯୋଗ ଦେଇଥିଲେ। ଏହି ଅବସରରେ ସଫଳ ଚାଷୀ ଭାଇ ଭଉଣୀ ମାନଙ୍କୁ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ସମ୍ବର୍ଦ୍ଧିତ କରିଥିଲେ ।

Leave a Reply

Your email address will not be published. Required fields are marked *