ଅବ୍ୟବସ୍ଥାରେ ଚାଲିଛି ମହୁରୁଣ୍ଡି ପ୍ରାଥମିକ ବିଦ୍ୟାଳୟ, ଅଭିଯୋଗ ଆଣିଲେ ଗ୍ରାମବାସୀ

Spread the love

ଖପ୍ରାଖୋଲ, (ନାଗରାଜ ନ୍ୟୁଜ): ଆଜିର ଶିଶୁ କାଲିର ନାଗରିକ । ସେମାନଙ୍କୁ ପଢ଼ିବାକୁ ଦିଅ, ସେମାନଙ୍କୁ ଆଗକୁ ବଢ଼ିବାକୁ ଦିଅ । ତାହାଲେ ଯାଇ ଦେଶ ବଦଳିବ । ଦେଶର ଉନ୍ନତି ହେବ । ଏକଥା ସମସ୍ତ ନେତା ଓ ମନ୍ତ୍ରୀମାନେ ନିର୍ବାଚନ ବେଳେ ରାଲିରେ କୁହନ୍ତି । ହେଲେ କଥା କେତେ ଦୂର କାର୍ଯ୍ୟକାରୀ ହେଉଛି । ଆଜିବି ଅନେକ ସ୍କୁଲ ଅବ୍ୟବସ୍ଥା ମଧ୍ୟରେ ରହିଛି । ସେଥି ମଧ୍ୟରୁ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଅନ୍ତର୍ଗତ ଖପ୍ରାଖୋଲ ପଞ୍ଚାୟତ ମହୁରୁଣ୍ଡି ଗ୍ରାମର ପ୍ରାଥମିକ ବିଦ୍ୟାଳୟ । ବିଦ୍ୟାଳୟ ପରିଷ୍କାର ପରିଚ୍ଛନ୍ନ ରଖିବା ଏବଂ ବିଦ୍ୟାଳୟର କୋଠରୀ ଗୁଡିକ ଠିକ୍ ରଖିବା ଏବଂ ଖେଳ ସାମଗ୍ରୀ କିଣିବା ପାଇଁ ସରକାର କୋଟି କୋଟି ଟଙ୍କା ବିନିଯୋଗ କରୁଛନ୍ତି । କିନ୍ତୁ ପ୍ରଶାସନିକ ଅଧିକାରୀ ମାନଙ୍କ ଅବହେଳା ଯୋଗୁଁ ବହୁ ବିଦ୍ୟାଳୟରେ ଅବ୍ୟବସ୍ଥା ଦେଖିବାକୁ ମିଳୁଛି ।

ସୂଚନା ଅନୁଯାୟୀ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଅନ୍ତର୍ଗତ ଖପ୍ରାଖୋଲ ପଞ୍ଚାୟତ ମହୁରୁଣ୍ଡି ଗାଁରେ ଥିବା ଶ୍ରେଣୀ ଗୃହ ଗୁଡିକ ଭାଙ୍ଗି ଯାଇଥିବା ଏବଂ ସ୍କୁଲ ଖେଳ ସାମଗ୍ରୀରେ ମନ ଇଚ୍ଛା ବିଲ ପାସ ହୋଇଥିବାବେଳେ କୌଣସି ପ୍ରସାଶନିକ ଅଧିକାରୀଙ୍କ ନଜର କାହିଁକି ପଡୁନି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ୟ୍ୟନ୍ତ ୧୫୦ଜଣ ପିଲା ପାଠ ପଢନ୍ତି । କେବଳ ଏତିକି ନୁହେଁ ସ୍କୁଲରେ ଲାଇନ ନାହିଁ । ତଥାପି ବିଲ ପାସ ହୋଇଛି । ପିଲାମାନଙ୍କ ପାଇଁ ରନ୍ଧା ହେଉଥିବା ରୋଷେଇ ଘରେ କୌଣସି ବାସନ ସାମଗ୍ରୀ ନାହିଁ । ଏକଥା ଗ୍ରାମବାସୀ କହିଛନ୍ତି । ମହୁରୁଣ୍ଡି ଗାଁର ପ୍ରାଥମିକ ବିଦ୍ୟାଳୟ ଖପ୍ରାଖୋଲ ବ୍ଳକ ପ୍ରଶାସନ, ଗୋଷ୍ଠୀ ଶିକ୍ଷାଅଧିକାରୀ କାର୍ଯ୍ୟାଳୟ ଠାରୁ ମାତ୍ର ୧ କିଲୋମିଟର ଦୂର ତଥାପି କାହିଁକି ଧ୍ୟାନ ନିଆଯାଉନି ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି ।

Leave a Reply

Your email address will not be published. Required fields are marked *