ମହିମା ଗୋସାଇଁଙ୍କ ନାମରେ ନୂତନ ଟ୍ରେନକୁ ନେଇ ବିଭିନ୍ନ ମହଲରେ ଶୁଭେଛା

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଶାଲିମାର ଏକ୍ସପ୍ରେସକୁ ମହିମା ଗୋସାଇଁଙ୍କ ନାମରେ ନାମିତ କରିଥିବାରୁ ମହିମାଗାଦି ସ୍ଥିତ କୌପୁନି ମହିମା ସମାଜ ପକ୍ଷରୁ ସଭାପତି ରଘୁନାଥ ବାବା, ସମ୍ପାଦକ ସୁଶାନ୍ତ ବାବା ମହିମା ଧର୍ମାବଲମ୍ବୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦି, କେନ୍ଦ୍ର ଶିକ୍ଷା ଓ ଦକ୍ଷତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ ଧନ୍ୟବାଦ ଦେଇଛନ୍ତି ଏହି ଅଞ୍ଚଳର ଗଁନ୍ଦିଆ ୧ନମ୍ବର ଜୋନ ଜିଲା ପରିଷଦ ବିଶ୍ୱନାଥ ଚିନରା,ଯୋରନ୍ଦା ସରପଞ୍ଚ ଆରତୀ ନାୟକ, ସମିତିସଭ୍ୟ ପ୍ରତ୍ୟୁଷ ହରି ପ୍ରଧାନ, ରିପୋର୍ଟର ଯୁଧିଷ୍ଠିର ମହାନ୍ତି,ଆନନ୍ଦ ମହାନ୍ତି, ବରିଷ୍ଠ ନାଗରିକ ପୀତବାସ ରାଉତ, ସମାଜସେବୀ ପ୍ରଦୀପ ସାହୁ, ଚିରୁଲେଇ ଗ୍ରାମର ଶ୍ରମିକ ନେତା ଶ୍ରୀନିବାସ ଖୁଣ୍ଟିଆ, ମହିମା ସୁରକ୍ଷା ମଞ୍ଚ କର୍ମକର୍ତ୍ତା, ଦିଗାମ୍ବର ସାହୁ, ସୁରେଶ ରାଉତ, ଅମ୍ବିକା ମିଶ୍ର,ଯୋରନ୍ଦା ବଜ଼ାର ସଭାପତି ମାନଗୋବିନ୍ଦ ନାୟକ, କାବେରା ସରପଞ୍ଚ ମମତା ମହାନ୍ତି, ଲମ୍ବୋଦର ପରିଡା, ପଞ୍ଚାନନ ସ୍ୱାଇଁ ଇତ୍ୟାଦି
ଏହି ଘୋଷଣା ମହିମା ଗୋସାଇଁ, ସନ୍ଥ କବି ଭୀମ ଭୋଇ, ମହିମା ସମାଜ, ମହିମା ଧର୍ମାବଲମ୍ବୀଙ୍କ ପ୍ରତି ଉଚିତ୍ ଶ୍ରଦ୍ଧାଞ୍ଜଳି ବୋଲି ଜଣାଇ ଧନ୍ୟବାଦ ଜଣାଇଛନ୍ତି

 

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *