ସହିଦ ଜୟୀ ରାଜଗୁରୁଙ୍କ ଜୟନ୍ତୀ ପାଳିତ

Spread the love

ପୁରୀ,(ନାଗରାଜ ନ୍ୟୁଜ): ଶହୀଦ ଜୟୀ ରାଜଗୁରୁ ଙ୍କ ଜୟନ୍ତୀ ଅବସରରେ ଆଜି ବିନମ୍ର ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି। ଜିଲ୍ଲା ପ୍ରଶାସନ,ସୂଚନା ଓ ଲୋକ ସମ୍ପର୍କ ବିଭାଗ,ଶହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ ଓ ଗୋପୀନାଥ ଦେବସ୍ଥାନ ସମିତିର ମିଳିତ ସହଯୋଗ ରେ ଜୟୀ ରାଜଗୁରୁଙ୍କ ଜନ୍ମ ସ୍ଥାନ ବୀର ହରେକୃଷ୍ଣପୁର ଗ୍ରାମରେ ପୁରୀ ବିଧାୟକ ଶ୍ରୀ ଜୟନ୍ତ ଷଡ଼ଙ୍ଗୀ, ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ,ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ ପ୍ରମୁଖ ମାଲ୍ୟାର୍ପଣ କରିଥିଲେ।ଜୟୀ ରାଜଗୁରୁ ସ୍ମୃତି ପୀଠର ବିକାଶ ସମ୍ପର୍କରେ ସମିତି ପକ୍ଷରୁ ଜିଲ୍ଲାପାଳ ଙ୍କୁ ଅନୁରୋଧ କରାଯାଇଥିଲା। ପରେ ବୀର ହରେକୃଷ୍ଣ ମାର୍କେଟ ଛକରେ ସ୍ଥାପିତ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ, ସଂସ୍କୃତି ଅଧିକାରୀ ଶ୍ରୀ ହେମନ୍ତ କୁମାର ବେହେରା,ଶହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ ଓ ଗୋପୀନାଥ ଦେବସ୍ଥାନ ସମିତିର ସଦସ୍ୟ ପ୍ରମୁଖ ଜୟନ୍ତୀ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *