ଭାରତୀୟ ସୈନିକଙ୍କ ମଙ୍ଗଳ ପାଇଁ ସମୂହ ଦୀନ ଦାନ

Spread the love

ପୁରୀ, (ନାଗରାଜ ନ୍ୟୁଜ): ଆଜି ଜାନୁଆରୀ ୧୫ ଭାରତୀୟ ସେନା ଦିବସ ଅବସରରେ Association Of Twitter Activists (ATA) ପକ୍ଷରୁ ସମସ୍ତ ଭାରତୀୟ ସୈନିକ ଏବଂ ସେମାନଙ୍କ ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିବା ସହ କାର୍ୟ୍ୟକ୍ଷେତ୍ରରେ ସେମାନଙ୍କ ଶୁଭ ମନାସୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ସିଂହଦ୍ଵାର ସମ୍ମୁଖରେ ଅନୁଷ୍ଠାନ ତରଫରୁ ସମୂହ ଦୀପ ଦାନ କରାଯାଇଛି । ଏହି ଅବସରରେ, ଦିଆସିଲି କାଠିରେ Army Tank ପ୍ରସ୍ତୁତ କରିଥିବା ଯୁବ ଶିଳ୍ପୀ ଶ୍ରୀ ଶାଶ୍ଵତ ରଞ୍ଜନ ସାହୁଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ଅନୁଷ୍ଠାନର ସଭାପତି ଶ୍ରୀ ସୁଧାଂଶୁ ଜେନା, ଉପସଭାପତି ବିସ୍ମୟ ମିଶ୍ର, ସମ୍ପାଦକ ଆଇନଜୀବୀ ଦେବାଶିଷ ଦାଶ, ସହ ସଂପାଦକ ଆଦିତ୍ୟ ନାରାୟଣ ବାରିକ, ଉପଦେଷ୍ଟା ବିପିନ ମହାନ୍ତି, ସତ୍ୟନାରାୟଣ ସାହୁ, କୃଷ୍ଣ ପ୍ରଧାନ, ମାନସ ରଥ, ନିରାକାର ମହାରଣା, ଦେବେନ୍ଦ୍ର ସୁବୁଦ୍ଧି, ଦେବରାଜ ଦାସ ଏବଂ ଶୁଭଶ୍ରୀ ବେହେରା ପ୍ରମୁଖ ଉପସ୍ଥିତ ରହି ଏହି କାର୍ୟ୍ୟକ୍ରମକୁ ସମ୍ପାଦନ କରିଥିଲେ ।

Leave a Reply

Your email address will not be published. Required fields are marked *