କଟକ ଜିଲ୍ଲାରେ ଅହିଂସା ରଥକୁ ଭବ୍ୟ ସମ୍ବର୍ଦ୍ଧନା

Spread the love

କଟକ,(ନାଗରାଜ ନ୍ୟୁଜ): ଜଗତସିଂହପୁର ଜିଲ୍ଲାର ସୀମାବର୍ତୀ ଗ୍ରାମ କାଇଜଙ୍ଗା ବଜ଼ାର ଠାରେ ଆଜି ପୂର୍ବାହ୍ନରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପ୍ରାୟୋଜିତ ଅହିଂସା ରଥ ପରିଭ୍ରମଣ କାର୍ଯ୍ୟକ୍ରମ ଅନ୍ତର୍ଗତ ରଥଦ୍ୱୟକୁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଲଲାଟେନ୍ଦୁ ମହାପତ୍ର,କଟକ ସଦର ବି ଡି ଓ ଶ୍ରୀ ରାଜୀବ ରଞ୍ଜନ ପରିଡା ଅନ୍ୟାନ୍ୟ ଅଧିକାରୀମାନଙ୍କ ସହ ସ୍ଵାଗତ କରିଥିଲେ। ସେଠାରୁ ରଥ ଦ୍ୱୟକୁ କନ୍ଦରପୁର, ଫକୀରପଡା,ନିମେଇସାପୁର ଓ ଗତିରାଉତ ପାଟଣା ଗ୍ରାମ ପଞ୍ଚାୟତ ମାନଙ୍କରେ ସମ୍ବର୍ଦ୍ଧନା ଦିଆଯାଇ ତେଲେଙ୍ଗାପେଣ୍ଠସ୍ଥିତ ଗାନ୍ଧିସ୍ମୃତିପୀଠ ଠାରେ ପହଂଚି ଥିଲା।ଉପରୋକ୍ତ ରାସ୍ତା ଅତିକ୍ରମ କରିବା ସମୟରେ ଜନସାଧାରଣ ଓ ସର୍ବପରି ମା ମାଉସୀ ମାନେ ହୁଳହୁଳି ଓ ଶଙ୍ଖ ଧ୍ୱନିରେ ରଥ ଦୁଇଟିକୁ ସମ୍ବର୍ଦ୍ଧିତ କରିଥିଲେ।

ଗାନ୍ଧିସ୍ମୃତିପୀଠ, ତେଲେଙ୍ଗାପେଣ୍ଠ ଠାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ,ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା, ମିଶନ ଶକ୍ତିର ମା ମାନେ,ଜଣ ସାଧାରଣ ଓ ବୁଦ୍ଧିଜୀବୀ ମାନଙ୍କ ଉପସ୍ଥିତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ଅବସରରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ମାନ୍ୟବର ନିଆଳୀ ବିଧାୟକ (ପ୍ରଫେସର) ଡାକ୍ତର ପ୍ରମୋଦ କୁମାର ମଲ୍ଲିକ, ପୂର୍ବତନ ମନ୍ତ୍ରୀ ତଥା କଟକ ସଦରମାନ୍ୟବର ବିଧାୟକ,ଶ୍ରୀ ଚନ୍ଦ୍ର ସାରଥୀ ବେହେରା,ମାନ୍ୟବର ପୂର୍ବତନ ବିଧାୟକ ଶ୍ରୀ ଦେବାଶିଷ ସାମନ୍ତରାୟ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ଅହିଂସା ରଥକୁ ପତାକା ଦେଖାଇ ଜିଲ୍ଲା ଭ୍ରମଣର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଡ଼ଃ ଭବାନୀ ଶଙ୍କର ଚୟନୀ, ମୂଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଶ୍ରୀ ଅମ୍ବର କୁମାର କର, ସଦର ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ମିଶନ ଶକ୍ତିର ଜିଲ୍ଲା ସଂଯୋଜିକା ଶ୍ରୀମତୀ ସ୍ୱାଗତିକା ପରିଡା ତଥା ଓଡିଶା ମୋ ପରିବାରର କଟକ ଜିଲ୍ଲା ଅଧ୍ୟକ୍ଷଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

ପ୍ରକାଶ ଥାଉକି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସମଗ୍ର ଜିଲ୍ଲାରେ ଅହିଂସା ରଥ ପରିଭ୍ରମଣ କାର୍ଯ୍ୟକ୍ରମକୁ ସଂଚାଳନ କରାଯାଉଛି। ଜିଲ୍ଲାର ସମସ୍ତ ବ୍ଲକ ସହିତ ସମନ୍ଵୟ ରକ୍ଷା କରାଯାଇ ଉପଜିଲାପାଳଙ୍କ ସମେତ ସମସ୍ତ ବି ଡି ଓ,ତହସିଲଦାର,ପୁଲିସ ବିଭାଗୀୟ ଅଧିକାରୀ ମାନଙ୍କ ସହଯୋଗରେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଭ୍ରମଣ କାର୍ଯ୍ୟକ୍ରମ କରାଯିବ।ତେଲେଙ୍ଗାପେଣ୍ଠ ଠାରେ ଆୟୋଜିତ ଭବ୍ୟ ସମ୍ବର୍ଦ୍ଧନା ଅବସରରେ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ସହକାରୀ ସୂଚନା ଅଧିକାରୀଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *