ପ୍ରବଳ ବର୍ଷାରେ ରାସ୍ତାରେ ଖାଲଖମା ସ୍ଥିତି, ପରଖିଲେ ମେୟର ସୁବାସ ସିଂହ

Spread the love

କଟକ,(ନାଗରାଜ ନ୍ୟୁଜ): ଆଜି ସ୍ଥାନୀୟ ଦେଉଳ ସାହି ସ୍ତିତ ସାଇ ମନ୍ଦିର ସମୁଖ ମୁଖ୍ୟ ରାସ୍ତାରେ ୫ ଫୁଟ ପର୍ଯ୍ୟନ୍ତ ଗର୍ତ୍ତ ହୋଇଥିବା ସୂଚନା ପାଇ  ମେୟର ସୁବାସ ସିଂହ ତକ୍ଷଣାତ ଗର୍ତ୍ତ ହୋଇଥିବା ସ୍ଥାନରେ ପହଂଚିଥିଲେ I ପ୍ରକୃତ ସ୍ତିତି କୁ ଦେଖିସାରିଲା ପରେ ଦାୟିତ୍ୱରେ ରେ ଥିବା ମୁଖ୍ୟ ଯନ୍ତ୍ରୀ , ଜାଇକା ଅଧିକାରୀ ଙ୍କୁ ଡାକି ତକ୍ଷଣାତ ରାସ୍ତା କୁ ଲୋକାପଯୋଗୀ କରିବାକୁ ନିର୍ଦେଶ ଦେଇଥିଲେ I ସବୁ କାର୍ଯ୍ୟ ମେୟରଙ୍କ ପ୍ରତ୍ୟକ୍ଷ ତତ୍ୱଵେଧନାରେ ଚାଲୁଥିଵା ଦୃଶ୍ୟ ସ୍ଥାନୀୟ ଲୋକଙ୍କୁ ଉଚ୍ଛାଇତ କରିବା ସହ ମେୟର ମହୋଦୟଙ୍କ ଏତାଦୃଶ୍ୟ କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିଥିଲେ I

ଗର୍ତ୍ତ ହୋଇଥିବା ସ୍ଥାନରେ ଟ୍ରାକଟର, ଯେସିବି, ପାଣି ଟାଙ୍କର , ଶ୍ରମିକ ମାନଙ୍କୁ ଏକାଠି କରି ପ୍ରାୟ ୨ ଘଣ୍ଟା ମଧ୍ୟରେ ସୃଷ୍ଟି ହୋଇଥିବା ୫ ଫୁଟ ର ଗର୍ତ୍ତ କୁ ପୋତିସାରିବା ପରେ ମେୟର ସେହି ସ୍ଥାନ ରୁ ଆସି ଅନ୍ୟ ମୁଖ୍ୟ ରାସ୍ତା ଗୁଡିକର ସ୍ତିତି କୁ ମଧ୍ୟ ପର୍ଯ୍ୟବେକ୍ଷଣା କରିଥିଲେ I ଏହି କ୍ରମରେ ମେୟର ସୁବାଷ ସିଂହ ଜାଇକା କର୍ତ୍ତୃପକ୍ଷ, ଗେଲ ଇଣ୍ଡିଆ, ନିଗମ ଅଧିକାରୀ ଙ୍କୁ ସେମାନଙ୍କ ଅଧୀନରେ ଆସୁଥିବା ରାସ୍ତା ଗୁଡିକର ପୁଙ୍ଖନୁପୁଙ୍ଖ ଯାଞ୍ଚ କରିବାକୁ କହିଥିଲେ I ଆଜିର ଉକ୍ତ କାର୍ଯ୍ୟକ୍ରମରେ ନିଗମ ମୁଖ୍ୟ ଯନ୍ତ୍ରୀ ନନ୍ଦ କିଶୋର ପାଲ ,ସହ ଯନ୍ତ୍ରୀ ଧୀରେନ୍ଦ୍ର କୁମାର ପ୍ରଧାନ, ଜାଇକା ଅଧିକାରୀ , ୱାର୍ଡ ନ ୭ର କର୍ପୋରେଟର ମମତା ନାୟକ, ୱାର୍ଡ ନ ୮ ର କର୍ପୋରେଟର ନମିତା ବାରିକ , ୭ନ ୱାର୍ଡ ରେ ସଭାପତି ରମେଶ ସେଠି, ଧର୍ମେଶ ନାୟକ, ଦେବାଶିଷ ରାୟ , ପ୍ରକାଶ ପଣ୍ଡିତ, ସଂଜିତ ନାୟକ ,ସୁଶାନ୍ତ ନାୟକ, ଦେବେନ୍ଦ୍ର ପାଣିଗ୍ରାହୀ, ବସନ୍ତ ସାହୁ , ସାହି ମୁରବି ଓ ସ୍ଥାନୀୟ ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ I

Leave a Reply

Your email address will not be published. Required fields are marked *