କଙ୍କଡ଼ାହାଡ଼ ବ୍ଲକରେ ଆପ୍ ପଞ୍ଚାୟତ ପ୍ରତିନିଧି ମାନଙ୍କ ବୈଠକ

Spread the love

ଢ଼େଙ୍କାନାଳ,(ନାଗରାଜ ନ୍ୟୁଜ) : କଙ୍କଡ଼ାହାଡ଼ ବ୍ଲକ ଆମ୍ ଆଦମୀ ପାର୍ଟିର ପଞ୍ଚାୟତ ପ୍ରତିନିଧି ମାନଙ୍କର ବୈଠକ ଡ଼ଙ୍ଗାପାଳସ୍ଥିତ ମଙ୍ଗଳା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ସଦସ୍ୟ ତଥା ଅବସର ପ୍ରାପ୍ତ ଶିକ୍ଷକ କୈଳାଶ ଚନ୍ଦ୍ର ସାହୁଙ୍କ ପୌରହିତ୍ୟରେ ଜିଲ୍ଲା ଆବାହକ ପଙ୍କଜ ନାୟକ ଯୋଗଦେଇ ଜନ ସାଧାରଣଙ୍କ ମୌଳିକ ଅଧିକାର, ଆପ୍ ର ନୀତି ଆଦର୍ଶ ଏବଂ ଦିଲ୍ଲୀ ଓ ପଞ୍ଜାବରେ ଦଳର ଜନାଭିମୁଖୀ କାର୍ଯ୍ୟ ଗୁଡିକ ଉପରେ ଆଲୋଚନା କରିଥିଲେ l ଏହି ବୈଠକରେ ପର୍ଜଙ୍ଗ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ବିଷ୍ଣୁ ପ୍ରସାଦ ପଣ୍ଡା ଯୋଗଦେଇ ଆଦିବାସୀ ଅଧ୍ୟୁଷିତ ଏହି ବ୍ଲକର ଲୋକମାନେ ଟ୍ୟାକ୍ସ ଦେଉଥିବା ବେଳେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି ଓ ରୋଜଗାର ସାତ ସପନ ଥିବାବେଳେ ସାମାଜିକ ସୁରକ୍ଷା ଏମାନଙ୍କ ପାଇଁ ନା ବରାବର l ନିର୍ବାଚନ ସମୟରେ ମାଳ ମାଳ ନେତା କୁଜିନେତା ଭୋଟ ମାଗିବାକୁ ଆସନ୍ତି ଏବଂ ଜିତିବା ପରେ କେହି ମୁହଁ ଦେଖାନ୍ତି ନାହିଁ ବୋଲି ସାଧାରଣ ଲୋକମାନେ ଅଭିଯୋଗ କରିଥିଲେ l ଏବେ ମଧ୍ୟ କେଉଁଠି ବିଜୁଳି ନାହିଁତ, କେଉଁଠି ରାସ୍ତା ନାହିଁ, କେଉଁଠି ସ୍କୁଲ ନାହିଁତ, କେଉଁଠି ପିଇବାକୁ ପାଣି ମିଳୁନାହିଁ l ଆମ୍ ଆଦମୀ ପାର୍ଟିରେ ଯୋଗଦେବା ପାଇଁ ଚାତକ ପରି ଅପେକ୍ଷା କରିଥିଲେ ବୋଲି ସେମାନେ ଗର୍ବ ର ସହିତ କହିଥିଲେ l ମିଡ଼ିଆ ପ୍ରଭାରୀ ଜିତେନ୍ଦ୍ର ବେହେରା ଯୋଗଦେଇ ଆଦିବାସୀ ଲୋକଙ୍କ ଅଧିକାର ଏବଂ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ l ଏହି ସଭାରେ ଅନେକ ନୂତନ ସାଥି ଯୋଗଦେଇଥିବା ବେଳେ ଶ୍ରୀ ଅଭୟ ସିଂ, ଗୀତାଞ୍ଜଳି ପାତ୍ର, ଅନିତା ନାୟକ, ଫୁଲ ପାତ୍ର, ଇନ୍ଦ୍ରମଣି ସିଂ, ମଣ୍ଟୁ ମହାନ୍ତ, କାହ୍ନୁ ଲୁଗୁନ, ମଳୟ ମହାନ୍ତ,ତ୍ରିନାଥ ମୁର୍ମୁ, ଶରତ ସାହୁ, ଚରଣ ପାତ୍ର, ବିମଳା ବେହେରା, ନଳିନୀ ପାତ୍ର ପ୍ରମୁଖ ନିଜନିଜର ମତ ରଖିଥିଲେ l ବାଲିକୁମା ପଞ୍ଚାୟତ ଇନଚାର୍ଜ ଅରୁଣ ଦାସ ଅତିଥି ପରିଚୟ କରlଇଥିବା ବେଳେ ପର୍ଜଙ୍ଗ ବ୍ଲକ ସଭାପତି ପ୍ରକାଶ ବିଶ୍ୱାଳ ସ୍ୱାଗତ ଭାଷଣ ଦେଇଥିଲେ l ଶେଷରେ ଜୋନ ଦାୟୀତ୍ୱ ନେଇଥିବା କୃପାସିନ୍ଧୁ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *