ସ୍ମୃତି ଚାରଣ ସଭା

Spread the love

ବାଲେଶ୍ଵର,(ନାଗରାଜ ନ୍ୟୁଜ): ସମାଜସେବୀ ତଥା ବିଜେଡି ନେତା ସ୍ବର୍ଗତ ଶିଶିର ପଣ୍ଡାଙ୍କ ସ୍ମୃତିସଭା ଅନୁଷ୍ଠିତ । ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ବର୍ଗତ ପଣ୍ଡା ଙ୍କର ସ୍ମୃତି ଚାରଣ କରିବା ସହିତ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରାପ୍ତ ସୂଚନା ଅନୁଯାୟୀ ବାଲିଆପାଳ ବ୍ଲକ ବଣିଆଁଡିହା ପଞ୍ଚାୟତର ବିଜେଡି ସଭାପତି ତଥା ବଣିଆଁଡିହା ସମବାୟ ସମିତିର ଉପ-ସଭାପତି ପଦରେ କାର୍ଯ୍ୟରତ ଥାଇ ହଠାତ୍ ତାଙ୍କର ମୃତ୍ୟୁ ମାତ୍ର ୬୦ ବର୍ଷ ବୟସରେ ହୋଇଥିଲା ବେଳେ ବଣିଆଁଡିହା ପଞ୍ଚାୟତ ତଥା ବାଲିଆପାଳ ବ୍ଲକରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ତେବେ ଆଜି ତାଙ୍କ ମୃତ୍ୟୁ କୁ ଆଠଦିନ ବିତିଥିବା ବେଳେ ଆଜି ତାଙ୍କ ବଣିଆଁଡିହା ବାସଭବନରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା ବେଳେ ତାଙ୍କ ସ୍ମୃତି ସଭାରେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ମହିଳା ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁବାସିନୀ ଜେନା, ବିଜେଡି ଜିଲ୍ଲା ଉପ-ସଭାପତି ବଳରାମ ସାହୁ, ସାହିତ୍ୟିକ କାଳିପଦ ପଣ୍ଡା, ପୂର୍ବତନ ଜିଲ୍ଲାପରିଷଦ ରବିନ୍ଦ୍ର ନାଥ ଅଣ୍ଡିଆ, ୨୨ ନମ୍ବର ଜିଲ୍ଲା ପରିଷଦ ନିଶାକର ସେଠୀ, ବାଲିଆପାଳ ବ୍ଲକ ବିଜେଡି ସଭାପତି ଗୋବିନ୍ଦ ଦାସ, ପୂର୍ବତନ ବାଲିଆପାଳ ବ୍ଲକ ଅଧ୍ୟକ୍ଷ ଅଶ୍ବିନୀ ଜେନା, ପୂର୍ବତନ ବଣିଆଁଡିହା ସରପଞ୍ଚ ମହେନ୍ଦ୍ର ବାରିକ୍, ଜିଲ୍ଲା ପରିଷଦ ବେଣୁଧର ଜେନା, ଇନ୍ଦୁମତି ଜେନା, ବିଜେପି ନେତା ଚିତ୍ତରଞ୍ଜନ ଜେନା, ସଞ୍ଜୟ ପାତ୍ର ପ୍ରମୁଖ ଯୋଗଦାନ କରି ସ୍ବର୍ଗତ ଶିଶିର ପଣ୍ଡାଙ୍କ ସ୍ମୃତି ଚାରଣ କରିବା ସହିତ ଫଟୋଚିତ୍ରରେ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତେବେ ସ୍ବର୍ଗତ ପଣ୍ଡା ଜଣେ ସୁସଂଗଠକ ଥିବା ସହିତ ଲୋକଙ୍କ ସେବା ତାଙ୍କର ପ୍ରଥମ କାର୍ଯ୍ୟ ରହିଥିଲା ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *