ନୂଆ ବଜାର ହାଇସ୍କୁଲରେ ୧୯୮୨ ମସିହା ବ୍ୟାଚ ତରଫରୁ ମେଧାବୀ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ

Spread the love

କଟକ,(ନାଗରାଜ ନ୍ୟୁଜ): କଟକ ନୂଆ ବଜାର ହାଇସ୍କୁଲଠାରେ ୧୯୮୨ ମସିହା ବ୍ୟାଚ୍ ର ପୁରାତନ ଛାତ୍ର ଛାତ୍ରୀଙ୍କ ତରଫରୁ ପୂଜ୍ୟ ପ୍ରଧାନ ଶିକ୍ଷକ ସ୍ଵର୍ଗତ କୃଷ୍ଣ ମୋହନ ନନ୍ଦୀ ଙ୍କ ସ୍ମାରକ ସ୍ୱରୂପ ବିଦ୍ୟାଳୟର ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି କୃତିତ୍ୱ ହାସଲ କରିଥିବା ଶୁଭସ୍ମିତା ସ୍ଵାଇଁ, ଉମେଶ ଚନ୍ଦ୍ର ସାହୁ, ସୁଶ୍ରୀ ସ୍ୱାଗତିକା ଚୌଧୁରୀ ଙ୍କୁ ସମ୍ମାନ ପତ୍ର,ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା । ଏହି ସମ୍ବର୍ଧନା ଉତ୍ସବ ରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ବୀରକିଶୋର ବାରିକ, ଜୟନ୍ତୀ ମିଶ୍ର ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିବା ସହିତ କହିଲେ ମେଧାବୀ ବିଦ୍ୟାର୍ଥୀ ଆମ ଅଞ୍ଚଳ,ରାଜ୍ୟ ତଥା ଦେଶର ଭବିଷ୍ୟତ।ସେମାନଙ୍କ ପ୍ରତିଭାକୁ ଉନ୍ମୋଚନ କରି ସେମାନଙ୍କୁ ଭଲ ମଣିଷ କରି ଗଢି ତୋଳିବା ଆମ ମାନଙ୍କର କର୍ତ୍ତବ୍ୟ।ପ୍ରତ୍ୟେକ ଛାତ୍ର ଛାତ୍ରୀ ନିଜ ନିଜର କର୍ତ୍ତବ୍ୟ ସୂଚାରୁ ରୂପେ ପାଳନ କରିଲେ ନିଶ୍ଚୟ ଭଲ ମଣିଷ ହୋଇପାରିବେ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ଅଜୟ କୁମାର ସୁତାର, ଉମେଶ ଚନ୍ଦ୍ର ସାହୁ,ଭାରତ ଚନ୍ଦ୍ର ମହାରଣା, ରାମ ଚନ୍ଦ୍ର ପଣ୍ଡା, ଲକ୍ଷ୍ମୀଧର ସାହୁ, ଶିବପ୍ରସାଦ ସାହୁ, ଶଶାଙ୍କ ଶେଖର ଚୌଧୁରୀ, ରଞ୍ଜନ ମହାରଣା, ମାନସ ଲେଙ୍କା, ଈଶ୍ୱର ଓଝା,ନମିତା ପଟ୍ଟନାୟକ,ଅନସୁୟା ଜେନା, ଗାୟତ୍ରୀ ମହାପାତ୍ର,ଶ୍ୟାମଳୀ ଲେଙ୍କା ପ୍ରମୁଖ କାର୍ଯ୍ଯ କ୍ରମକୁ ପରିଚାଳନା କରିଥିଲେ । ସମ୍ବର୍ଦ୍ଧନା ଉତ୍ସବରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀଙ୍କ ସମେତ ଅଞ୍ଚଳର ବହୁ ବରିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *