କଇଥଗଡିଆ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ କଲେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ

Spread the love

ବାଲେଶ୍ବର, (ନାଗରାଜ ନ୍ଯୁଜ୍‌): ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ କଇଥଗଢ଼ିଆ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଶିଳାନ୍ୟାସ କରିଛନ୍ତି ବିଧାୟକ ତଥା ପର୍ଯ୍ୟଟନ ମନ୍ତ୍ରୀ ଜ୍ଯୋତି ପ୍ରକାଶ ପାଣିଗ୍ରାହୀ । ପାଖା ପାଖି ୫୪ ଲକ୍ଷ ଟଙ୍କାର ପ୍ରକଳ୍ପରୁ ମାତ୍ର ୧୬ ଲକ୍ଷ ଟଙ୍କାର ପ୍ରକଳ୍ପ ଶୁଭ ଶିଳାନ୍ୟାସ କରି ପଞ୍ଚାୟତ ବାସୀଙ୍କୁ ହସ୍ତାନ୍ତରିତ କରିଛନ୍ତି ଏବଂ ଅନ୍ୟ ପ୍ରକଳ୍ପ ଗୋଡିକର ଶୁଭ ଶିଳାନ୍ୟାସ ଖୁବ୍ ଶୀଘ୍ର କରାଯିବ ବୋଲି କହିଛନ୍ତି ।

ଏହି ଶୁଭ ଶିଳାନ୍ଯାସ କାର୍ଯ୍ୟକ୍ରମରେ ଖଇରା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଜୟନ୍ତ କୁମାର ରାଉତ, ଜିଲ୍ଲା ପରିଷଦ ସଭ୍ୟା କଳ୍ପନା ନାଇକି, ପଞ୍ଚାୟତ ସଭାପତି ଉଦୟ ନାରାୟଣ ନାୟକ, ଯୁବ ସଭାପତି ନଟବର ଜେନା ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ପଞ୍ଚାୟତ ନେତୃମଣ୍ଡଳୀ ସମୁହ ଉପସ୍ଥିତ ଥିଲେ ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ ନାଗରାଜ ନ୍ଯୁଜ୍‌

Leave a Reply

Your email address will not be published. Required fields are marked *