ସମସ୍ୟା ସ୍ଥଳରେ ସଦଳବଳେ ପହଞ୍ଚିଲେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ

Spread the love

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ବର୍ତ୍ତନା ପଞ୍ଚାୟତର ଖଜିରା ଗ୍ରାମବାସୀ ମାନେ ଗ୍ରାମର ବିଭିନ୍ନ ସମସ୍ୟା ନେଇ ବିଭାଗୀୟ ପ୍ରଶାସନ ନିକଟରେ ବାରମ୍ବାର ଦାବି ଜଣାଇ ଆସୁଥିଲେ । ହେଲେ ଫଳପ୍ରଦ ହେଉନଥିଲା । ଉକ୍ତ ଦାବି ମଧ୍ୟରେ ମୁଖ୍ୟ ସମସ୍ୟା ଥିଲା ରାସ୍ତା । ବାଧ୍ୟହୋଇ ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନ ସମୟରେ ଖଜିରା ପାଖରମଉଦା ରାସ୍ତା ସମସ୍ୟା ସମ୍ପର୍କରେ ବିଧାୟକ ତଥା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କିନ୍ତୁ ସେହି ସମୟରେ ନିର୍ବାଚନ ଆଚରଣ ବିଧି ବଳବତ୍ତର ଥିବାରୁ ବିଧାୟକ ତଥା ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କୌଣସି ପଦକ୍ଷେପ ନେଇପାରି ନଥିଲେ । ସେହି ପ୍ରତିଶ୍ରୁତି ଅନୁଯାଇ ତା ୨୬/୪/୨୨ ରିଖରେ ଶ୍ରୀ ମନ୍ତ୍ରୀ ଖଇରା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପର୍ଶୁରାମ ପଣ୍ଡା, ବ୍ଲକ ଉପାଧ୍ୟକ୍ଷ ଗଜେନ୍ଦ୍ର ପରିଡ଼ା, ସାଂସଦଙ୍କ ପ୍ରତିନିଧି ଜୟନ୍ତ କୁମାର ରାଉତ, ସରପଞ୍ଚଙ୍କ ପ୍ରତିନିଧି ରଘୁନାଥ ପଣ୍ଡା, ପୂର୍ବତନ ସରପଞ୍ଚ ସୁଶାନ୍ତ କୁମାର ମିଶ୍ର, ଯୁବ ସମାଜସେବୀ ମୁକ୍ତିକାନ୍ତ ସ୍ୱାଇଁ ଏବଂ ସ୍ଥାନୀୟ ନେତୃମଣ୍ଡଳୀ ମାନଙ୍କ ସାଙ୍ଗରେ ଉକ୍ତ ସ୍ଥାନକୁ ଯାଇ ତଦାରଖ କରିବା ସହିତ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି ଏବଂ ଖୁବ୍ ଶୀଘ୍ର ରାସ୍ତା କାର୍ଯ୍ୟ ଆରମ୍ଭ ନିମନ୍ତେ ପଦକ୍ଷେପ ନେବାପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି ।

ବାଲେଶ୍ବର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *