ବିଜେଡିରେ ଯୋଗଦେଲେ ୫୦ରୁ କର୍ମି

Spread the love

ପୁରୀ,(ନାଗରାଜ ନ୍ୟୁଜ): ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ଲୋକାଭିମୁଖୀ ଯୋଜନାରେ ଅନୁପ୍ରାଣିତ ହୋଇ ବ୍ରଜରାଜନଗର ମୁନିସପାଲିଟିର ୱାର୍ଡ଼ ନଂ ୨୨ ର ଭାରତୀୟ ଜନତା ପାର୍ଟିର ସକ୍ରିୟ ସଦସ୍ୟା ମନୋରମା ସାହୁଙ୍କ ନେତୃତ୍ବରେ ୫୦ରୁ ଉର୍ଦ୍ଧ୍ଵ କର୍ମି ଏବଂ ପଶ୍ଚିମ ଓଡ଼ିଶାର ବିଶିଷ୍ଟ ନାଟ୍ୟ କଳାକାର ଝସକେତନ ସାହୁ ବିଜେପି ଦଳ ପରିତ୍ୟାଗ କରି ଆଜି ବିଦ୍ଧି ବଦ୍ଧ ଭାବେ ବିଜୁ ଜନତା ଦଳରେ ରେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମା, ବିଧାୟକ ଦେବେଶ ଆଚାର୍ଯ୍ୟ, ଅପିକଲ ଅଧ୍ୟକ୍ଷ ପ୍ରଭାତ ଅଦିତ୍ୟ ମିଶ୍ର, ପୂର୍ବତନ ମହିଳା କମିଶନର ଜ୍ୟୋତି ପାଣିଗ୍ରାହୀ, ରାଜ୍ୟ ବିଜୁ ଜନତା ଦଳ ଯୁଗ୍ମ ସମ୍ପାଦକ ସଞ୍ଜିତ ମାହାନ୍ତି, ବ୍ରଜରାଜନଗର ପୈାରାଧ୍ୟକ୍ଷା, ଉପାଧ୍ୟକ୍ଷ, ପୂର୍ବତନ ପୈାରାଧ୍ୟକ୍ଷ, କାଉନସିଲର ରୁଦ୍ରନାରାୟଣ ଭୋଇ, ଗିରିଶ ଦଣ୍ଡସେନା, ଜିଲ୍ଲା ସାଧାରଣ ସମ୍ପାଦକ, ସମ୍ପାଦକ, ଜିଲ୍ଲା ମହିଳା ସଭାପତି, ଜୋନ୍ ଛାତ୍ର ସଭାପତି, ନଗର ସଭାପତି ଓ ମହିଳା ସଭାପତି ଏବଂ ବହୁ ବିଜୁ ପ୍ରେମୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *