‘ସେଣ୍ଟର ଫର ଆକ୍ସନ’କୁ ଧନ୍ୟବାଦ ଜଣାଇଲେ ୬୦ରୁ ଅଧିକ ବରିଷ୍ଠ ନାଗରିକ

Spread the love

ପୁରୀ, (ନାଗରାଜ ନ୍ୟୁଜ): ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ମନୋକାମନା ପୂରଣ କରିବା ପାଇଁ  ୬୦ରୁ ଅଧିକ ବରିଷ୍ଠ ନାଗରିକମାନଙ୍କୁ ନେଇ ଏକ ବସ କେନ୍ଦ୍ରାପଡାରୁ ପୁରୀ ଅଭିମୁଖେ ବାହାରିଥିଲା । ପୁରୀରେ ପହଞ୍ଚିବା ପରେ ପୁରୀର ଅଗ୍ରଣୀ ଅନୁଷ୍ଠାନ ସେଣ୍ଟର ଫର ଆକ୍ସନର ସଦସ୍ୟମାନେ ତାଙ୍କୁ ଶ୍ରୀମନ୍ଦିର ପରିକ୍ରମା ହୁଇଲ ଚେୟାର ମାଧ୍ୟମରେ କରାଇବା ସହ ସମ୍ପୂର୍ଣ୍ଣ ଦର୍ଶନର ବ୍ୟବସ୍ଥା କରାଇଥିବାରୁ ଅନୁଷ୍ଠାନର ସମସ୍ତ ସଦସ୍ୟମାନଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଇଛନ୍ତି ବରିଷ୍ଠ ନାଗରିକମାନେ । ଏହିପରି ତୀର୍ଥଯାତ୍ରୀଙ୍କ ସେବାରେ କାର୍ୟ୍ୟ କରୁଥିବାରୁ ଅନୁଷ୍ଠାନ ଶୁଭେଛା ଓ ଶୁଭକାମନା ଜଣାଇଛନ୍ତି ପୁଣ୍ୟଉତ୍କଳର ଅଧକ୍ଷ ମନୋରଞ୍ଜନ ମହାପାତ୍ର । ଏହି କାର୍ୟ୍ୟକ୍ରମ କୁ ପରିଚାଳନା କରିଥିଲେ ଅନାଥ ଦାସ ମହାପାତ୍ର ।

Leave a Reply

Your email address will not be published. Required fields are marked *