ମଧୁପାଟଣା ଥାନା ଦ୍ୱାରା ମୋଟର ସାଇକେଲ ଚୋର ଗିରଫ

Spread the love

କଟକ,(ନାଗରାଜ ନ୍ୟୁଜ): କଟକ ମଧୁପାଟଣା ପୋଲିସ ହାତରେ ଧରାପଡିଲା ବାଇକ୍ ଚୋର। ବିଭିନ୍ନ ସ୍ଥାନରୁ ବାଇକ୍ ଚୋରି ନେଇ ଥାନାରେ ଅଭିଯୋଗ ପରେ ଚୋରକୁ ଗିରଫ କରିଛି ମଧୁପାଟଣା ଥାନା ପୋଲିସ। ଅଭିଯୁକ୍ତର ନାଁ ବିନୋନ୍ଦ ବରାଡ, ଘର ନୟାଗଡ ଜିଲ୍ଲା ଖଣ୍ଡପଡ଼ା ଅଞ୍ଚଳରେ। ଗତ ୩ ତାରିଖରେ କଟକ ଦରଖାପାଟଣା ଅଞ୍ଚଳରେ ଜଣେ ଲୋକ ବାଇକ୍ ଥୋଇ କୌଣସି କାମରେ ଯାଇ ଫେରିବା ପରେ ସେ ଜାଗାରେ ବାଇକ୍ ନଥିବା ଦେଖିବାକୁ ପାଇଥିଲେ। ଏ ନେଇ ସେ ମଧୁପାଟଣା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି। ଏସିପି କହିଛନ୍ତି ଅଭିଯୁକ୍ତ ଜଣକ ରାସ୍ତାରେ ବାଇକ୍ ରଖୁଥିବା ଲୋକଙ୍କୁ ପିଛା କରି ଦୀର୍ଘ ସମୟ ପର୍ଯ୍ୟନ୍ତ ଉକ୍ତ ବ୍ୟକ୍ତି ନଆସିଲେ ସେ ଚତୁରତାର ସହ ରଖିଥିବା ନକଲି ଚାବିରେ ଗାଡି ଲକ୍ ଖୋଲି ବାଇକ୍ ଚୋରି କରୁଥିଲା। କଟକର ବିଭିନ୍ନ ସ୍ଥାନରୁ ନକଲି ଚାବି ଏବଂ ଏକ ମାଷ୍ଟର କି ରେ ଏକାଧିକ ବାଇକ୍ ଚୋରି କରିଥିବା ଜଣାପଡିଛି। ପୋଲିସ ତା ନିକଟରୁ ୭ଟି ବାଇକ,୨ଟି ସାଇକେଲ ସହ କେତେକ ନକଲି ଚାବି ମଧ୍ଯ ଜବତ କରିଛି।

 

Leave a Reply

Your email address will not be published. Required fields are marked *