ସାଂସଦ ଅପରାଜିତା ଜନ ସମସ୍ୟା ଶୁଣିଲେ

Spread the love

 ଭୁବନେରଶ୍ବର: ସାଂସଦ ଅପରାଜିତା ଷଡଙ୍ଗୀ ଭୁବନେଶ୍ବର ବ୍ଲକ ଅନତର୍ଗତ ଦାଢା  ପଞ୍ଚାୟତର ଡ୍ରିମଭିଲ୍ଲା ସ୍ଥିତ ମା’ ସାତ ଭଉଣୀ ମନ୍ଦିର ପରିସରରେ ଜନ ସମସ୍ୟା ଶୁଣାଣି କରିଛନ୍ତି। ରାଜ୍ୟ ସରକାର ସାଂସଦଙ୍କ ଆବାସ ସିଲ୍ କରିଥିବାରୁ ଜନସାଧାରଣଙ୍କ ସମସ୍ୟା ଶୁଣାଣି କରିବାକୁ  ଲୋକମାନଙ୍କ ପାଖକୁ ଆସିଥିବା ଅପରାଜିତାଙ୍କ କର୍ମୀମାନେ  ପ୍ରଚାର କରି ପାଛୋଟି ଆଣିଥିଲେ। ଶତାଦ୍ଧିକ ପୁରୁଷ ଓ ମହିଳା ଯୋଗ ଦେଇ ଆବାସ,ରାସ୍ତାଘାଟ,ଭର୍ତ୍ତା,ପାନୀୟ ଜଳ,ବିଦ୍ୟୁତ୍ ଆଦି ସେମାନଙ୍କ ବ୍ୟକ୍ତିଗତ ଓ ଅଞ୍ଚଳିକ ସମସ୍ୟା ସମ୍ପର୍କରେ ଅଭିଯୋଗ କରିଥିଲେ। ସାଂସଦ ସମସ୍ୟା ସମାଧାନର ପ୍ରତିଶୃତି ଦେବା ସହ ବିକାଶ ଧାରା ଅବ୍ୟାହତ ରହିବ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *