ପ୍ରବଳ ବର୍ଷା ଯୋଗୁ ଜଳାର୍ଣ୍ଣବ ମୁମ୍ବାଇ: ଉଚ୍ଚ ଜୁଆରର ଆଲର୍ଟ ସହ ଲୋକଙ୍କୁ ଘରେ ରହିବାକୁ ଅପିଲ୍‌

Spread the love

ମୁମ୍ବାଇ, (ନାଗରାଜ ନ୍ୟୁଜ ): ୦୬/୦୮/୨୦୨୦

ମୁମ୍ବାଇ,୬।୮: ମହାରାଷ୍ଟୁରେ କରୋନା ଆତଙ୍କ ଖେଳାଇଥୁବା ବେଳେ ଏବେ ବର୍ଷାରେ ବେହାଲ ହୋଇପଡ଼ିଛି ମାୟାନଗରୀ। ବୁଧବାର ହୋଇଥୁବା ଲଗାତର ବର୍ଷା ଯୋଗୁ ଆରବ ସାଗର ଫୁଲି ଉଠିବାରୁ ସହରର ରାସ୍ତାରେ ପାଣି ମାଡ଼ିଯାଇଛି। ଫଳରେ ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି ରାସ୍ତାରେ ପାଣି ଭର୍ତି ହୋଇଥୁବାରୁ ଯାତାୟାତରେ ବାଧା ଉପୁଜିଥୁବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବିଭିନ୍ନ ସ୍ଥାନ ପାଣିରେ ବୂଡ଼ିରହିଥିବାର୍‌ ଲୋକମାନେ ଏକପ୍ରକାର ଜଳବନ୍ଦୀ ହୋଇ ରହିଛନ୍ତି। ସେହିପରି ଗୁରୁବାର ଦ୍ବିପ୍ରହରେ ଉଚ୍ଚ ଜୁଆର ଉଠିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଇ ଆଲର୍ଟ କରାଯାଇଛି। ଏଥ୍ବସହ ଲୋକଙ୍କୁ ଘରୁ ବାହାରକୁ ନ ବାହାରିବାକୁ ବୃହନ ମୁମ୍ବାଇ ମୁନ୍ନସିପାଲ କର୍ପୋରେସନ (ବିଏମ୍‌ସି) ପକ୍ଷରୁ ନିବେଦନ କରାଯାଇଛି ସେହିପରି ଜଳବନ୍ଦୀ ହୋଇ ରହିଥ୍ବା ଲୋକଙ୍କୁ ବିଏମ୍‌ସି ପକ୍ଷରୁ ଉଦ୍ଦାର କାର୍ଯ୍ୟ ଜାରି ରହିଛି। ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁ ରେଳ ଧାରଣାରେ ପାଣି ଜମିଯାଇଥୁବାରୁ ଶୁକ୍ରବାର କୋଣାର୍କ ଏକ୍ସପ୍ରେସ ଟ୍ରେନ୍ନକୂ ବାତିଲ କରାଯାଇଥୁବା ସୂଚନା ରହିଛି।

Leave a Reply

Your email address will not be published. Required fields are marked *