ମୁନା ପ୍ରଧାନଙ୍କୁ ହତ୍ୟା ଘଟଣା, ପରିବାର ପକ୍ଷରୁ ଏସପିଙ୍କୁ ଦାବିପତ୍ର

Spread the love

ପୁରୀ,(ନାଗରାଜ ନ୍ୟୁଜ): ଗତ ଜୁଲାଇ ମାସ ୧୬ ତାରିଖରେ ମେରାଇନ ଥାନା ଅନ୍ତର୍ଗତ ସମାଙ୍ଗରା ଗ୍ରାମର ମୁନା ପ୍ରଧାନ ଙ୍କୁ ଦୂର୍ବୁତ ମାନେ ଗୋଡେଇ ଗୋଡେଇ ବାଟ ଗାଁ ନିକଟରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ।ଏଥିରେ ମୁନା ପ୍ରଧାନ ଗୁରୁତର ଆହାତ ହୋଇ ଚିକିତ୍ସା ନିମନ୍ତେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ।ଉତ୍ତମ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତର ଙ୍କ ପରାମର୍ଶ କ୍ରମେ ପରିବାର ଲୋକେ କଟକ ବଡ଼ ଡ଼ାକ୍ତରଖାନାକୁ ନେଇ ଯାଉଥିବା ବେଳେ ସତ୍ୟବାଦୀ ନିକଟରେ ମୁନା ର ମୃତ୍ୟୁ ଘଟିଥିଲା । ମୁନା ପରିବାର ପକ୍ଷରୁ ସଦର ଥାନା ରେ ଏକ ଲିଖିତ ଅଭିଯୋଗ ହୋଇଥିଲା ।ହେଲେ ଦୁଃଖର ବିଷୟ ମୁନା ମୃତ୍ୟୁ ଘଟିବାର 4 ମାସ ବିତି ଯାଇଥିବା ବେଳେ ସଦର ଥାନା ପୋଲିସ ର ହାତ ଖାଲି ପଡ଼ିଛି,ପୋଲିସ ହତ୍ୟାକାରୀକୁ ଧରିବାରେ ସକ୍ଷମ ହୋଇ ପାରୁନି ବୋଲି କହିଛନ୍ତି ମୁନା ର ପରିବାର ଲୋକେ । ସଦର ଥାନା ପୋଲିସର ଦୁର୍ବ୍ୟବହାର କୁ ସହ୍ୟ ନକରି ପାରିବାରୁ ଉପଯୁକ୍ତ ନ୍ୟାୟ ପାଇବା ଆଶାରେ ସୋମବାର ମୁନାର ପରିବାର ଏସପି ଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *