ଟଙ୍କା ମାଗିବାରୁ ହତ୍ୟା

Spread the love

କଟକ, (ନାଗରାଜ ନ୍ଯୁଜ): ବାକି ଟଙ୍କା ମାଗିବାରୁ ହତ୍ୟା। ଗତକାଲି ରାତିରେ କଟକ କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷ ସୁଦର୍ଶନ ଶତପଥୀଙ୍କୁ ହତ୍ୟା କରାଯାଇଥିଲା। ଘଟଣାର ତଦନ୍ତ କରି ସିଦ୍ଧେଶ୍ୱରପୁର ମୁଣ୍ଡାସାହି ଅଞ୍ଚଳର ଅର୍ଜୁନ ଜେନା ନାମକ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି କନ୍ଦରପୁର ଥାନା ପୋଲିସ । ପୋଲିସ ଦେଇଥିବା ସୂଚନା ମୁତାବକ ଅଭିଯୁକ୍ତ ଅର୍ଜୁନର ସ୍ଥାନୀୟ ଅଞ୍ଚଳରେ ଏକ ପାନ ଦୋକାନ ଥିବାବେଳେ ସୁଦର୍ଶନ ଶତପଥୀଙ୍କ ଠାରୁ ୫ ହଜାର ଟଙ୍କା ଧାର ସୁତ୍ରରେ ନେଇଥିଲା ।

ଦୁଇ ହଜାର ଟଙ୍କା ଦେଇଥିବାବେଳେ ଆଉ ତିନି ହଜାର ଟଙ୍କା ମାଗିଥିଲେ ସୁଦର୍ଶନ । ତେବେ ବାକି ଟଙ୍କା ମାଗିବାରୁ ଏଥିରେ ଉତକ୍ଷିପ୍ତ ହୋଇ ଅର୍ଜୁନ ଏକ କଟୁରୀରେ ହାଣି ଅତି ବିଭତ୍ସ ଭାବେ ସୁଦର୍ଶନଙ୍କୁ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ଥାନା ଅଧିକାରୀ ବିପିନ ବିହାରୀ ହୋତା ଏବଂ ତାଙ୍କ ଟିମ୍ ଘଟଣାର ତଦନ୍ତ କରି ଅଭିଯୁକ୍ତ ଅର୍ଜୁନକୁ ସ୍ଥାନୀୟ ଅଞ୍ଚଳରୁ ଧରିବାରେ ସଫଳ ହୋଇଥିଲେ । ଅଭିଯୁକ୍ତ ଠାରୁ ଏକ କଟୁରୀ ଜବତ କରି କୋର୍ଟ ଚାଲାଣ କରିଛି ପୋଲିସ । କନ୍ଦରପୁର ଥାନା ଘଟଣାର ଅଧିକ ଛାନଭିନ୍ କରୁଥିବା ସୂଚନା ଦେଇଛନ୍ତି ଆଡସନାଲ୍ ଡିସିପି କେଦାରନାଥ ସାହୁ ।

Leave a Reply

Your email address will not be published. Required fields are marked *