ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ

Spread the love

ପୁରୀ, (ନାଗରାଜ ନ୍ୟୁଜ ): ପୁରୀ ଜିଲ୍ଲା କୁମ୍ଭାରପଡ଼ା ଥାନା ଜଟିଆବାଜି ଛକ ନିକଟରେ ରବିବାର ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକକୁ ଗୋଡେଇ ଗୋଡେଇ ହାଣି ହତ୍ୟା କରାଯାଇଛି । ମୃତକ ହେଲେ ରାୟବାହାଦୁର ଲେନ୍ ର ବିକି ନାୟକ । ପରେ ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲେ । ହାତ୍ୟାର କିଛି ସମୟ ଭିତରେ କୁମ୍ଭାରପଡ଼ା ଥାନା ଅଧିକାରୀ ବିଚିତ୍ରାନନ୍ଦ ସେଠୀ ଏବଂ କର୍ମଚାରୀ ମାନେ ହତ୍ୟାକାରୀ ୩ ଜଣଙ୍କୁ ଗିରଫ କରିଥିଲେ । ଅଭିଯୁକ୍ତ ହେଉଛନ୍ତି କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ରାୟ ବାହାଦୁର ଲେନର ରାକେଶ ମହାପାତ୍ର, ସଦର ଥାନା ଅନ୍ତର୍ଗତ ଚାରିନଲା ପତିତପାବନ ଲେନର ପୂର୍ଣ୍ଣ ଚନ୍ଦ୍ର ବେହେରା, ନୟାଗଡ଼ ଥାନା ଅନ୍ତର୍ଗତ ଦଳବେହେରା ସାହିର ଚିତ ମହାରଣା ଏବଂ ରାୟବାହାଦୁର ଲେନର ନମିତା ବେହେରା ।

Leave a Reply

Your email address will not be published. Required fields are marked *