ଦଶହରାରେ ନନ୍ଦନକାନନ ପର୍ଯ୍ୟଟକ ବଢିଛନ୍ତି

Spread the love

ଭୁବନେଶ୍ବର: ଦଶହରାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଏହାର ରାଜ୍ୟ ଉଦ୍ଭିଦ ଉଦ୍ୟାନରେ  ପର୍ଯ୍ୟଟକ ବଢିଥିବା ସୂଚନା ଦେଇଛନ୍ତି ନନ୍ଦନକାନନ ଉପନିର୍ଦ୍ଦେଶକ ବିମଳ ଚନ୍ଦ୍ର ଆଚାର୍ଯ୍ୟ। ସେ କହିଛନ୍ତି ରବିବାର ନ୍ଦନକାନନର ଟିକେଟ ବିକ୍ରୀ ହୋଇଛି ୩୮୧୬ଖଣ୍ଡ। ଏହା ମଧ୍ୟରେ ୩୬୫୩ ଖଣ୍ଡ ଅଫଲାଇନ୍ ଓ ୧୬୩ ଖଣ୍ଡ ଅନଲାଇନ୍ ଟିକେଟ ରହିଛି। ସେଭଳି ରାଜ୍ୟ ଉଦ୍ଭିଦ ଉଦ୍ୟାନର ପର୍ଯ୍ୟଟକ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି।  ରବିବାର ଦିନ ୩୨୮ ଖଣ୍ଡ ଟିକେଟ ବିକ୍ରୀ ହୋଇଥିବା ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ କରୋନା ମହାମାରୀ କଟକଣା ପାଇଁ ମାର୍ଚ୍ଚ ମାସଠାରୁ ସାତମାସ କାଳ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବନ୍ଦ କରିଥିଲେ କତ୍ତର୍ତୁପକ୍ଷ।  ଗତ ଅକ୍ଟୋବର ୪ ତାରିଖରେ ନନ୍ଦନକାନନକୁ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ସୁରକ୍ଷା କଟକଣା ଜାରୀ କରି ଖୋଲି ଛନ୍ତି। ଖୋଲିବା ପରଠାରୁ ରବାବାର ପର୍ଯ୍ୟଟକ ସଂଖ୍ୟା ଅନ୍ୟ ଦିନ ତଳନାରେ ଅଧିକ ଧିବା ଜଣା ପଡିଛି।

Leave a Reply

Your email address will not be published. Required fields are marked *