ନୂଆବଜାର ସଂକୁଳର ରାଷ୍ଟ୍ରୀୟ ଶିକ୍ଷାନୀତି-୨୦୨୦ କାର୍ଯ୍ୟଶାଳା

Spread the love

କଟକ, (ନାଗରାଜ ନ୍ୟୁଜ): ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ଯୋଜନାରେ ନୂଆବଜାର ସଂକୁଳର ରାଷ୍ଟ୍ରୀୟ ଶିକ୍ଷାନୀତି-୨୦୨୦ ନିମନ୍ତେ ଆଚାର୍ଯ୍ୟ ପ୍ରଶିକ୍ଷଣ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଯାଇଅଛି ।ପ୍ରଥମ ପର୍ଯ୍ୟାୟରେ ନୂଆବଜାର ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ଅକ୍ଷୟ କୁମାର ମହାନ୍ତି ମା’ ସରସ୍ବତୀଙ୍କ ନିକଟରେ ଦୀପ ପ୍ରଜ୍ଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ସମାରୋପ ଉତ୍ସବରେ ଉତ୍ତରପୂର୍ବ ସମ୍ଭାଗର କଟକ ଜିଲ୍ଲା ପ୍ରମୁଖ ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନୂତନ ଶିକ୍ଷାନୀତି ଉପରେ ଆଲୋକପାତ କରିଥିଲେ।ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ନୂଆବଜାର ଠାରେ ଅନୁଷ୍ଠିତ କାର୍ଯ୍ୟଶାଳାକୁ ସଂକୁଳ ସଂଯୋଜକ ଶ୍ରୀଯୁକ୍ତ ମନୋଜରଞ୍ଜନ ସେଠୀ ପରିଚାଳନା କରିଥିଲେ । ମୋଟରେ ୧୯୦ ଜଣ ଆଚାର୍ଯ୍ୟ ଆଚାର୍ଯ୍ଯା,୫ଜଣ ପ୍ରଶିକ୍ଷକ ଯୋଗ ଦେଇଥିଲେ । ପ୍ରଶିକ୍ଷିତ ଆଚାର୍ଯ୍ୟ ଆଚାର୍ଯ୍ଯାମାନେ ଆଗାମୀ ଦିନରେ ଜାତୀୟ ଶିକ୍ଷାନୀତିକୁ କାର୍ଯ୍ୟକାରୀ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବେ ।

Leave a Reply

Your email address will not be published. Required fields are marked *