ଗଁଦିଆ ବ୍ଲକରେ ଡିଜିଟାଲ ମିଡ଼ିଆ ଦ୍ୱାରା ଜାତୀୟ ପ୍ରେସ ଦିବସ ପାଳିତ

Spread the love

ଢେଙ୍କାନାଳ, (ନାଗରାଜ ନ୍ୟୁଜ ): ଆଜି ଢେଙ୍କାନାଳ ଜିଲ୍ଲା ଗଁଦିଆ ବରପଦା ସ୍ଥିତ ଶ୍ରୀଗଣେଶ ପ୍ୟାଲେସରେ ଗଁଦିଆ ଡିଜିଟାଲ ମିଡ଼ିଆ ଅସୋସିଏସନ ତରଫରୁ ସଭାପତି ପ୍ରଦୀପ କୁମାର ଦାସଙ୍କ ସଭାପତିତ୍ୱରେ ସମସ୍ତ ସଦସ୍ୟଙ୍କ ଉପସ୍ଥିତରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଭାପତି ଦାସ କେକ କାଟିବା ସହ ପ୍ରେସ ଦିବସ ଉପରେ ଆଲୋଚନା କରିଥିଲେ । ସାଧାରଣ ସମ୍ପାଦକ ବାଦଲ କୁମାର ମହାନ୍ତି, କୋଷାଧ୍ୟକ୍ଷ ଅକ୍ଷୟ କୁମାର ପାତ୍ର, ସହ ସମ୍ପାଦକ ସୌମ୍ୟ ରଞ୍ଜନ ମହାନ୍ତି, ମିଡ଼ିଆ ସେଲ ପ୍ରଭାରୀ ଦିବ୍ୟ ରଞ୍ଜନ ମହାନ୍ତି, ଉପଦେଷ୍ଟା ସୁଦାମ ସାହୁ, ସାମ୍ବାଦିକ ରାକେଶ କୁମାର ବେହେରା, ଦେବବ୍ରତ ଭୂୟାଁ, ବିଶ୍ୱଜିତ ସାମଲ, ସୁବ୍ରତ କୁମାର ଶତପଥୀ, ମନୋଜ ନାଏକ, ସୂର୍ଯ୍ୟକାନ୍ତ ଲେଙ୍କା, କାହ୍ନୁ ଚରଣ ସାହୁ, ବାପିନ କୁମାର ସାହୁ, ସୁଶାନ୍ତ ପଣ୍ଡା ଓ ବିଶ୍ଵମୋହନ ସାହୁ ପ୍ରମୁଖ ସଭାରେ ଉପସ୍ଥିତ ରହିଥିଲେ । ସଭାରେ ନିସ୍ଵାର୍ଥପର ଭାବରେ ସମାଜ ପାଇଁ କାର୍ଯ୍ୟ କରିବେ ବୋଲି ଡିଜିଟାଲ ମିଡ଼ିଆର ସମସ୍ତ ସାମ୍ବାଦିକମାନେ ଶପଥ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *