ଦେଶବ୍ୟାପୀ ବ୍ୟାଙ୍କ ଗ୍ରାହକ ସଚେତନତା କାର୍ଯ୍ୟକ୍ରମ

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ରେ ଆଜି ସ୍ଥାନୀୟ ଗୋପବନ୍ଧୁ ଟାଉନହଲ ଠାରେ ଜିଲ୍ଲା ସ୍ତରୀୟ ଗ୍ରାହକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ ମୁଖ୍ଯ ଟର୍ଚ୍ଚ ବିଅରର ବ୍ଯାଙ୍କ ୟୁନିଅନ ବ୍ଯାଙ୍କ ଅଫ ଇଣ୍ଡିଆ ଓ ସହଯୋଗ କରିଥିଲେ ଲିଡ୍ ବ୍ଯାଙ୍କ ଢେଙ୍କାନାଳ। ଏହି ସଚେତନ କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବରେ ଯୋଗଦେଇଥିଲେ ୟୁନିଅନ ବ୍ଯାଙ୍କ, ଭୁବନେଶ୍ବର କ୍ଷେତ୍ରୀୟ କାର୍ଯ୍ୟାଳୟର ମୁଖ୍ଯ ପ୍ରବନ୍ଧକ ଅବନୀକାନ୍ତ ସାହୁ ଏବଂ ଅନ୍ଯାନ୍ଯ ଅତିଥିମାନଙ୍କ ମଧ୍ଯରେ ଉପସ୍ଥିତ ଥିଲେ ନାବାର୍ଡ ଡିଡିଏମ ପ୍ରଶାନ୍ତ କୁମାର ଦାଶ, ଲିଡ୍ ଡିଷ୍ଟ୍ରିକ୍ଟ୍ ମେନେଜର ସନୋଜ କୁମାର ସିଂହ, ବ୍ୟାଙ୍କ ଢେଙ୍କାନାଳ ମୁଖ୍ଯ ଶାଖାର ମୁଖ୍ଯ ପ୍ରବନ୍ଧକ ମୀନକେତନ ବାରଲେବଡ଼ିଆ, ମିଶନ ଶକ୍ତି ଡିପିସି ମୋନାଲିସା ଭଞ୍ଜ ପ୍ରମୁଖ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବରୁଣ କୁମାର ବିଶ୍ବାଳ, ପି ପି ପୃଷ୍ଟି ଓ ସୁବ୍ରତ କୁମାର ପ୍ରଧାନ। ମଞ୍ଚ ସଂଚାଳନ ଓ ସଂଯୋଜନା କରିଥିଲେ ନଗମା ପ୍ରିୟଦର୍ଶିନୀ। ଗ୍ରାହକମାନେ କିଭଳି ସଚେତନ ହେଇପାରିବେ ଓ କୌଣସିପ୍ରକାର ବ୍ଯାଙ୍କ ସେବାରେ ଅସୁବିଧା ହେଲେ ରିଜର୍ଭ ବ୍ୟାଙ୍କ ଲୋକପାଳଙ୍କୁ ଅଭିଯୋଗ କରିପାରିବେ ସେସମ୍ପର୍କରେ ବକ୍ତାମାନେ ଆଲୋକପାତ କରିଥିଲେ। ବିଭିନ୍ନ ବ୍ଯାଙ୍କର ଶତାଧିକ ଗ୍ରାହକ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *