ପ୍ରାକୃତିକ ବିପର୍ଯ୍ୟୟ ତାଲିମ୍ ଶିବିର ଉଦଯାପିତ

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ କାଶିପୁର ପଞ୍ଚାୟତର ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଦିର୍ଘ ସାତଦିନ ଧରି ପ୍ରାକୃତିକ ବିପର୍ଯ୍ୟୟ ତାଲିମ୍ ଶିବିର ଚାଲିଥିବା ବେଳେ ତାହା ଆଜି ଉଦଯାପିତ ହୋଇଯାଇଛି।ଏହି ଉଦଯାପନ ଦିବସରେ ମୂଖ୍ୟ ଅତିଥି ଭାବେ ଗଁଦିଆ ବ୍ଲକ ଅଧ୍ୟକ୍ଷା ରିନାରାଣୀ ଖଟୁଆ ଯୋଗଦେଇଥିବା ବେଳେ , ମୂଖ୍ୟ ବକ୍ତା ଭାବେ ସମାଜ ସେବୀ ଅରୁପାନନ୍ଦ ବାରିକ୍, ବାତ୍ୟା ଆଶ୍ରୟସ୍ଥଳୀ ର ସଭାପତି ତଥା କାଶିପୁର ପଞ୍ଚାୟତର ସରପଞ୍ଚ ସରପଞ୍ଚ ଚଞ୍ଚଳା ବାରିକ୍ ସମ୍ପାଦକ ମନୋଜ୍ କୁମାର ପହି, ଜିଲ୍ଲା ଜରୁରୀକାଳୀନ ପ୍ରକଳ୍ପ ଅଧିକାରୀ ସଂଗୀତା ଦାସ,ନାମ୍ ଏନ୍ଜିଓ ର ଅଧିକାରୀ ଅରୁଣ କୁମାର ଲେଙ୍କା ତାଲିମ୍ ପ୍ରଶିକ୍ଷଣ ଶିକ୍ଷକ ସୁଦିପ୍ତ ବରାଳ, ସୂର୍ଯ୍ୟକାନ୍ତ ଲେଙ୍କା,, ସାମ୍ବାଦିକ ଅକ୍ଷୟ କୁମାର ପାତ୍ର, ସାମ୍ବାଦିକ ବାଦଲ୍ ମହାନ୍ତି କାଶିପୁର ପଞ୍ଚାୟତ ର ସ୍ୱୟଂ ସହାୟକ ଗୋଷ୍ଠୀର ଏମ୍ ବି କେ ମିଲାକୁମାରୀ ତରାଇ, ଆଶା କର୍ମୀ ଅହଲ୍ୟା ଧଳ, ଅଙ୍ଗନବାଡ଼ି ୱାର୍କର ମଧୁସ୍ମିତା ପାତ୍ର , ଅଗ୍ନିଶମ ବାହିନୀ ସ୍ବେଚ୍ଛାସେବୀ ମାନେ ଯୋଗଦେଇଥିଲେ। ସାତଦିନ ଧରି ଚାଲିଥିବା ତାଲିମ୍ ଶିବିରରେ ପାଞ୍ଚଦିନ ଉଦ୍ଧାର କାର୍ଯ୍ୟ ପାଇଁ ପଚିଶି ଜଣ ସ୍ଵେଚ୍ଛାସେବୀ ଉଭୟ ମହିଳା ଓ ପୁରୁଷ ଭାଗ ନେଇଥିଲେ।

ଚାରିଦିନ ପାଇଁ କମିଟି ର ପଚିଶି ଜଣ ମହିଳା ଓ ପୁରୁଷ ସଦସ୍ୟ ତାଲିମ୍ ନେଇଥିଲେ ଓ ଶେଷ ଦୁଇ ଦିନ ପ୍ରାଥମିକ ସହାୟତା ବିଭାଗରେ ଆଉ ପଚିଶି ଜଣ ସ୍ଵେଚ୍ଛାସେବୀ ମହିଳା ଓ ପୁରୁଷ ପ୍ରାଥମିକ ଚିକିତ୍ସା ବିଷୟରେ ତାଲିମ୍ ନେଇଥିଲେ । ଶେଷରେ ଅଂଶଗ୍ରହଣ କରିଥିବା ସ୍ବେଚ୍ଛାସେବୀ ମାନଙ୍କୁ ମୂଖ୍ୟ ଅତିଥି ଓ ସରପଞ୍ଚ ସାର୍ଟିଫିକେଟ ସହିତ ପୁରସ୍କାର ପ୍ରଦାନ କରିଥିଲେ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *