ନେମାଳ ଅଚ୍ୟୁତାନନ୍ଦ ପୀଠରେ ଲାଗିଛି ୧୪୪ ଧାରା, ଭକ୍ତ ନିରାଶ

Spread the love

ନିଶ୍ଚିନ୍ତକୋଇଲି: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଠାରେ ମାଳିକା ରଚୟିତା ପ୍ରସିଦ୍ଧ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦଙ୍କ ପୀଠ ବା ପଦ୍ମବନରେ କରୋନା ପାଇଁ ପ୍ରଶାସନ ପକ୍ଷରୁ ଲାଗିଛି କଟକଣା । ପୀଠରେ ଲାଗୁହୋଇଛି ୧୪୪ ଧାରା । ଶ୍ରଦ୍ଧାଳୁଙ୍କ ପାଇଁ ପୀଠକୁ ପ୍ରବେଶ ନିଷେଧ ଥିବାବେଳେ ସମସ୍ତ କୋଭିଡ କଟକଣା ମଧ୍ୟରେ କେବଳ ସେବାୟତ ଙ୍କୁ ନେଇ ଚାଲିଛି ନିତିକାନ୍ତି । ଆଜି ହେଉଛି ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମା ଏହି ଦିନରେ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଙ୍କ ତିରୋଧାନ ଉତ୍ସବ ଏହିଠାରେ ମହା ସମାରୋହରେ ପାଳିତ ହୋଇଥାଏ ।

ପ୍ରତିବର୍ଷ ୪ ଦିନ ଧରି ଉତ୍ସବ ଅବସରରେ ଏଠାକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବା ସହ ରାଜ୍ୟ ଏବଂ ରାଜ୍ୟ ବାହାରୁ ସାଧୁ ସନ୍ଥଙ୍କ ଭିଡ଼ ହୋଇଥାଏ । ଗତବର୍ଷ କୋଭିଡ କଟକଣା ହେତୁ ବନ୍ଦ ଥିବା ବେଳେ ଚଳିତ ବର୍ଷ ଏହି ଉତ୍ସବ ପାଇଁ ତହସିଲ, ପ୍ରଶାସନ ପକ୍ଷରୁ ୪ ଦିନ ପାଇଁ ପୀଠ ପରିସରରେ ୧୪୪ ଧାରା ଜାରି କରାଯାଇଛି ।

ଏଥିସହିତ ଭକ୍ତ ମାନଙ୍କ ପ୍ରବେଶ ନିଷେଧ ନିମନ୍ତେ ବାରିକେଡ କରାଯାଇ ପୋଲିସ ମୁତୟନ କରାଯାଇଛି। ଅନ୍ୟପଟରେ କେବଳ ସେବାୟତଙ୍କୁ ନେଇ ଯଥା ରିତି ନିତି ରେ ପୂଜାକାର୍ଯ୍ୟ ଚାଲିଛି ।ଶ୍ର ଦ୍ଧାଳୁ ମାନେ ଦୂରରେ ରହି ଦର୍ଶନ କରି ନପାରି ନିରାଶାରେ ଫେରିବାକୁ ପଡିଛି ।

କଟକରୁ ଭରତ ମହାରଣାଙ୍କ ରିପୋର୍ଟ ନାଗାରାଜ ନ୍ଯୁଜ୍‌

Leave a Reply

Your email address will not be published. Required fields are marked *