ଖଇରା ବ୍ଲକରେ ନୂତନ ଶିକ୍ଷା ଅଧିକାରୀଙ୍କ ଯୋଗଦାନ

Spread the love

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଖଇରା ବ୍ଲକରେ ନୂତନ ଗୋଷ୍ଠୀ ଶିକ୍ଷା ଧିକାରୀ(ବିଇଓ) ଭାବେ ସୁଦର୍ଶନ ରାଉତ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଯୋଗଦାନ ପରେ  କାର୍ଯ୍ଯାଳୟର କର୍ମଚାରୀମାନେ ବିଇଓ ଶ୍ରୀ ରାଉତଙ୍କୁ ଫୁଲତୋଡାଦେଇ ସମ୍ବର୍ଦ୍ଧିତ କରିଥିଲେ । ସହ ଶିକ୍ଷାଧିକାରୀ ଶ୍ରୀଧର ପ୍ରସାଦ ବେହେରା ଓ ଗୋଲକ ପ୍ରସାଦ ପାଢୀ,ବିଆରଟି ମନୋଜ ମହାପାତ୍ର, ଭାଗିରଥି ନାୟକ, ଅଶୋକ କୁମାର ମହାନ୍ତି(ମିସ୍ କୋଅଡିନେଟର),ସୁଶାନ୍ତ କୁମାର ନାୟକ(ଆକାଉଣ୍ଟ),ଖୁକନ ସେଠୀ,ପ୍ରଶାନ୍ତ ପାଣିଗ୍ରାହୀ, ନିଗମ ସେଠୀ,ଦେବାଶିଷ ରାଉତ,ସମ୍ବୁନାଥ ପାଣିଗ୍ରାହୀ, ବିଶ୍ବନାଥ ସାହୁ,ଶିଶୁ ସମନ୍ୱୟ ସମିତିର ସଭାପତି ସନ୍ତୋଷ ଦକ୍ଷିଣରାୟ,ସିଆରସିସି ସୁଶାନ୍ତ ମହାପାତ୍ର ପ୍ରମୁଖ ଖୁବ୍ ଆନନ୍ଦ ସହକାରେ ପୁଷ୍ପଗୁଚ୍ଛ ଦେଇ ନୂତନ ବିଇଓ ଶ୍ରୀ ରାଉତଙ୍କୁ ସମ୍ବର୍ଦ୍ଧିତ କରିବା ପରିବେଶ ମନମୁଗ୍ଧକର ହୋଇଥିଲା । ସମସ୍ତଙ୍କ ସହଯୋଗରେ ଖଇରା ବ୍ଲକର ଶିକ୍ଷା ବ୍ଯବସ୍ଥାକୁ ଆହୁରି ଆଗକୁ ନେବାପାଇଁ ଚେଷ୍ଟା କରିବେ ବୋଲି ଶ୍ରୀ ରାଉତ ପ୍ରତିଶ୍ରୁତି ଦେଇଥିଲେ ।

ସେହିପରି ସିଆରସିସି ମାନଙ୍କ ତରଫରୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଶରତ ଚନ୍ଦ୍ର ପଣ୍ଡା, ଲକ୍ଷ୍ମଣ କୁମାର ସେଣ,ଈଶ୍ୱର ଚନ୍ଦ୍ର ମାଝୀ, ଲମ୍ବୋଦର ଦାସ,ଭାଗବତ ଦାସ,ସଂଗ୍ରାମ କେଶରୀ ଦାସ,ସୁଶାନ୍ତ କୁମାର ମହାପାତ୍ର ଓ ଅଶୋକ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *